କୋଣାର୍କ, : ୭ଦିନଧରି ଚାଲିଥିବା ୭୧ତମ ବନମହୋତ୍ସବ ସପ୍ତାହ ମଙ୍ଗଳବାର ଦିନ ନୂଆଗାଁ ର ଆତ୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାପୀଠ ପରିସରରେ କୋଣାର୍କ ବନବିଭାଗ ସହଯୋଗରେ ଉଦଯାପିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ କୋଣାର୍କ ର ବନାଧିକାରୀ ବେଣୁଧର ବେହେରା ଯୋଗ ଦେଇଥିବାବେଳେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ନିରଞ୍ଜନ ସାହୁ,ଅବସରପ୍ରାତ ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ,ସି.ଆର.ସି ରବୀନ୍ଦ୍ରନାଥ ବାହିନୀପତି, ଜାତୀୟ ଯୁବବାହିନୀର ଅଧ୍ୟକ୍ଷ ତଥା ସମାଜ ସେବୀ ରାମକୃଷ୍ଣ ମହାନ୍ତି,ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଲେଙ୍କା ଓ ସ୍କୁଲର ପ୍ରଧାନ ଶିକ୍ଷକ ବାଲୁଙ୍କେଶ୍ୱର ବାରିକ ପ୍ରାମୁଖ୍ ଯୋଗଦେଇ ବନମହୋତ୍ସବର ବାସ୍ତବ ରୂପରେଖ ସମ୍ପର୍କରେ ଆଲୋକପାତ କରିବାସହ ବୃକ୍ଷ ହିଁ ଜୀବନ,ଜଳବାୟୁ ସନ୍ତୁଳନ ପାଇଁ ସମାଜର ପ୍ରତ୍ୟକ ବେକ୍ତି ବିଶେଷ ଆଜିର ଦିନରେ ଗୋଟିଏ ଗୋଟିଏ ବୃକ୍ଷ ନିହାତି ଲଗାଇବା ଜରୁରୀ ବୋଲି ଉପସ୍ଥିତ ଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ।ପରେ ଅତିଥି ମାନଙ୍କ ଦ୍ଵାରା ବନବିଭାଗ ଦ୍ବାରା ଦିଆଯାଇଥିବା ବିଭିନ୍ନ କିସମର ଚାରା କୁ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂକୃତି ଶିକ୍ଷକ ରବୀନ୍ଦ୍ର କୁମାର ଦ୍ୱିବେଦୀ, ନିହାରିକା ମହାନ୍ତି,ଗୀତାଞ୍ଜଳି ନାୟକ ଓ ଆଶାକର୍ମୀ ନଳିନୀ ଖୁଣ୍ଟିଆ ,ଅଭୟ ନାୟକ ପରିଚାଳନା କରିଥିଲେ।