Odisha news

ଗିରଫ ଆସାମୀକୁ ନେଇ ଚିନ୍ତା ଦୁରହେଲା କୋଣାର୍କ ବାସୀଙ୍କର : ୭୦ ସ୍ୱାବ ରୁ ୨ ପଜେଟିଭି।

0

କୋଣାର୍କ : ଗିରଫ ଅଭିଯୁକ୍ତ କରୋନା ପଜିଟିଭ ବାହାରିବା ପରେ କୋଣାର୍କ ରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଥିଲା  ।ଏହାକୁ ନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରାଥମିକ ଖୋଳତାଡ଼ରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟରେ ୭୦ ଜଣଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା ।

ଗିରଫ ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିବା ସନ୍ଦେହରେ କୋଣାର୍କ ଓ ଗୋପ ଥାନା କର୍ମଚାରୀ , ନୟାହାଟ ଫାଣ୍ଡି କର୍ମଚାରୀ , କୋଣାର୍କ କୋର୍ଟ କର୍ମଚାରୀ ଓ ରାଉଳପାଟଣା ଗୁଣ୍ଡିଚା ମନ୍ଦିର ସନ୍ନିକଟ ଅଂଚଳର କିଛି ଲୋକଙ୍କୁ ମିଶାଇ ମୋଟ ୭୦ ଜଣଙ୍କର ସ୍ୱାବ କୋଣାର୍କ ଡ଼ାକ୍ତରଖାନା ପରିସରରେ ଖୋଲିଥିବା କୋଭିଡ଼ କେୟାର ସେଣ୍ଟରରେ  ପରୀକ୍ଷା କରାଯାଇଥିଲା।

ଯାହାର ରିପୋର୍ଟ ପ୍ରଶାଶନ ର ହସ୍ତଗତ ହୋଇଛି  ସେଥି ମଧ୍ୟରୁ ୬୮ଟି ସ୍ୱାବ ନେଗେଟିଭ ଆସିଥିଲାବେଳେ ୨ ଜଣ ଯେକି ନୂଆହାଟ ଅଂଛଳର ସେମାନେସଂଗରୋଧ ରେ ଥିଲେ ତାଙ୍କ ରିପୋର୍ଟ ପଜେଟିଭ ଆସି ଥିବା ଜଣାଯାଇଛି। ଫଳରେ ଅଂଛଳରେ ଯେଉଁ  ଗିରଫ ଆସମୀକୁ ନେଇ ଗୋଷ୍ଠି ସଂକ୍ରମଣ ର ଭୟଦେଖାଯାଇଥିଲା ତାହା ଦୁରହୋଇଛି ।

Leave A Reply