Odisha news

କୋଠ ଜମିରେ ଘର କୁ ନେଇ ଦୁଇଗୋଷ୍ଟି ମୁଁହା ମୁହିଁ ଉଭୟ ପକ୍ଷର ଅଭିଯୋଗ ପରେ ପୋଲିସ ର ତଦନ୍ତଜାରୀ

0

କୋଣାର୍କ : ଚନ୍ଦ୍ରଭାଗା ମେରାଇନି ଥାନା ଅଧିନ ସୁତନ ପଞ୍ଚାୟତ ର ବେହେରା ସାହିରେ ଗ୍ରାମବାସୀଙ୍କର କୋଠ ଜମିରେ ଅଧାନିର୍ମାଣକୋଠ ଘରଥିବା ଜାଗାରେ ସେହି ଗ୍ରାମର ଏକ ପରିବାର ଜୋରଜବର ଦସ୍ତ ଉକ୍ତ ଜମି ଉପରେ ଜବରଦଖଲ କରି  ଘର କରିବାକୁ ନେଇ ବିବାଦ ହେବାରୁ ସେହି ପରିବାର ସହ ଗ୍ରାମ ବାସୀଙ୍କର ମୁଁହା ମୁହିଁ ହୋଇଥିଲା। ଜାହାକୁନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି।ଉଭୟ ଙ୍କ ଅଭିଯୋଗକୁ ଭିତ୍ତିକରି ମେରାଇନି ଥାନାଧିକାରିଣୀ ନିଳିମା ପଟନାୟକ ଦୁଇଟି  ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡି ଛି।

ଖବର ନେବାରୁ ଜଣାପଡେ ସୁତନ ଗ୍ରାମର ବେହେରା ସାହି ର ୨୭ ପରିବାର ଙ୍କ ର ସମୂହ ବ୍ୟବହାର ପାଇଁ ସାହିର ମଝିରେ ଏକ ସର୍ବସାଧାରଣ  ସରକାରୀ ଜମିଉପରେ ସରକାରୀ ଅନୁଦାନ ରାଶିରେ ଏକ ନିର୍ମାଣ ଧିନ କୋଠ ଘର କାର୍ଯ୍ୟ  ଚାଲୁ ରହିଛି।ଯାହାକୁ ପୂର୍ଣ୍ଣାଙ୍ଗ ପାଇଁ ପୂର୍ବତନ ବିଧାୟକ ଙ୍କ ଫଣ୍ଡ ରୁ୧୦୦୦୦୦ ଟଙ୍କା ର ଅନୁଦାନ ରାଶି ମିଳିଛି।ଗତ ରଥଯାତ୍ରା ଦିନ ସେହି ଗ୍ରାମର ବାନାମ୍ବର ସାହୁ,ତାରାମଣି ସାହୁ,ଦୁଃଶାସନ ସାହୁ ଓ ତାଙ୍କର ସ୍ତ୍ରୀ ଓ ପୁଅ  ଝିଅ ମାନେ  ଉକ୍ତ କୋଠ ଜମିରେ କୋଠ ଘର ପାଖରେ ବାଡ଼ ବୁଜିବା ସହ ଘର ପାଇଁ ନିୟ ଖୋଳିଥିଲେ ଯାହାକୁ ବେହେରା ସାହିର ୨୭ ପରିବାର ବିରୋଧ କରିଥିଲେ,ଏହାକୁ ନେଇ ଉଭୟଙ୍କ ମଧ୍ୟ ରେ ବିବାଦ ଉପୁଜି ଥିଲା,

ଏବଂ ଉଭୟ ଗୋଷ୍ଠି ହାତାହାତୀ ହୋଇ ଥାନାରେ ଅଭିଯୋଗ କରିଥିଲେ ଉଭୟଙ୍କ ଅଭିଯୋଗ ପାଇ ଥାନା ଅଧିକାରିଣୀ  ଶ୍ରୀମତୀ ନିଳିମା ପଟନାୟକ ଓ ନିମାପଡା ଏସ ଡି ପି ଓ ଦିଲ୍ଲୀପ କୁମାର ଦଳାଇ  ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଉଭୟ ପକ୍ଷଙ୍କ  ନାମରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଏ।ସୁତନ ସରପଞ୍ଚ ଙ୍କ କହିବା ମୁତାବକ କିଛି ମୁଷ୍ଟିମେୟ ରାଜନୈତିକ ଵେକ୍ତି ଙ୍କ ପ୍ରରୋଚନାରେ ପଡି ବାନାମ୍ବର ସାହୁ ଙ୍କ ପରିବାର ସମୂହ ଜାଗାକୁ ନିଜ ର ବୋଲି କହୁ ଛନ୍ତି ।ଯାହାର ନିରପେକ୍ଷ ତଦନ୍ତ ହେବା ଦରକାର ଏବଂ ଯେଉଁମାନେ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁତନସରପଞ୍ଚ ବିଳାସିନୀ ବେହେରା  ଦାବି କରିଛନ୍ତି ।

Govt
Leave A Reply