କୋଣାର୍କ – ଗତ ୨୫ ତାରିଖରେ ରାଜ୍ୟ ଯୁବ କଂଗ୍ରେସ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି | ରାଜ୍ୟର ପଦାଧିକାରୀ ସହ ସମସ୍ତ ୧୪୭ ବିଧାନସଭା ମଣ୍ଡଳୀ, ୩୩ଟି ସାଂଗଠନିକ ଜିଲ୍ଲାର ଯୁବ କଂଗ୍ରେସ ନିର୍ବାଚନ ଫଳାଫଳ ଘୋଷଣା କରିଛି ଅଖିଳ ଭାରତୀୟ ଯୁବ କଂଗ୍ରେସ | କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ରୂପେ ବିଜୟୀ ହୋଇଛନ୍ତି ଜଣାଶୁଣା ଯୁବ ନେତା କୋଣାର୍କ ଥାନା ଅଧିନସ୍ଥ ମହଲପଡ଼ା ପଞ୍ଚାୟତ ଅଞ୍ଚଳର ବିରଞ୍ଚି ନାରାୟଣ ପତି ଓ କୋଣାର୍କ ଏନଏସିର କାଉନସିଲର ନିହାର ରଂଜନ ବେଉରା। ଶ୍ରୀ ପତି ଓ ବେଉରା ଦୀର୍ଘ ବର୍ଷ ଧରି କାକଟପୁର ନିର୍ବାଚନ ମଣ୍ଡଳୀରେ ଛାତ୍ର ଓ ଯୁବ ସଂଗଠନ ପାଇଁ କାର୍ଯ୍ୟ ସୁଚାରୁରୂପେ ତୁଲାଉଥିଲେ | ତାଙ୍କର କଂଗ୍ରେସ ଦଳ ପ୍ରତି ସମର୍ପିତ ମନୋଭାବ ସାଂଗଠନିକ କାର୍ଯ୍ୟଦକ୍ଷତା କୁ ଲକ୍ଷ୍ୟ କରି କାକଟପୁର ଯୁବ ନେତୃବୃନ୍ଦ ମାନେ ତାଙ୍କୁ ଏହି ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ଵିନ୍ଦିତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ଏହା ପରେ ସେ ନିର୍ବାଚନ କୁ ଓହ୍ଲାଇ ଯୁବ କଂଗ୍ରେସ ସଦସ୍ୟତା କାର୍ଯ୍ୟ ପାଇଁ ଅଣ୍ଟା ଭିଡ଼ିଲେ ଓ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ଅଭିଯାନ ଜୋରଦାର କଲେ | ଶେଷରେ ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ଶ୍ରୀ ବିରଞ୍ଚି ନାରାୟଣ ପତି ସର୍ବାଧିକ ଭୋଟ ପାଇ ବିଜୟୀ ହେଲେ | ଏହି ବିଜୟପାଇଁ ଶ୍ରୀ ପତି ଓ ଶ୍ରୀ ବେଉରାଙ୍କୁ କୋଣାର୍କ ଏନଏସି ସମେତ କାକଟପୁର ନିର୍ବାଚନ ମଣ୍ଡଳୀ ରୁ ଶୁଭେଚ୍ଛାର ସୁଅ ଛୁଟିଛି | ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ଯୁବ କଂଗ୍ରେସ ସଭାପତି ଓ କାକଟପୁର ବିଧାୟକ ପ୍ରାର୍ଥୀ ତଥା ପିସିସି ସାଧାରଣ ସମ୍ପାଦକ ବିଶ୍ୱ ଭୂଷଣ ଦାସଙ୍କ ସମେତ ସ୍ଥାନୀୟ କଂଗ୍ରେସ ଦଳର ନେତୃବୃନ୍ଦ ,ଯୁବ ନେତା ,କଂଗ୍ରେସ କର୍ମୀ ମାନଙ୍କୁ ନବ ନିର୍ବାଚିତ ଯୁବ କଂଗ୍ରେସ ସଭାପତି ବିରଞ୍ଚି ନାରାୟଣ ପତି ଓ ଉପସଭାପତି ନିହାର ରଞ୍ଜନ ବେଉରା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
