କୋଣାର୍କ ରେ ମଙ୍ଗଳବାର ସଂଧ୍ୟାରେ ବିଭିନ୍ନ ଦେଶର ଜି୨୦ ପ୍ରତିନିଧି ମଣ୍ଡଳୀ କୋଣାର୍କ ସୂର୍ଯ୍ୟମନ୍ଦିର,ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି ବିମୋହିତ ହୋଇଥିଲେ। ୩୫ଟି ଦେଶର ପ୍ରତିନିଧିମାନେ ସନ୍ଧ୍ୟାରେ ଏଠାରେ ପହଂଚିବା ପରେ ଏଏସଆଇ, ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ପ୍ରତିନିଧିମାନଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଏସଆଇ ଓ ଓଡିଶା ପର୍ଯ୍ୟଟନ ବିଭାଗର କୃତିପ୍ରାପ୍ତ ଗାଇଡ ମନ୍ଦିର ଇତିହାସ ବିଷୟରେ ବୁଝାଇଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଭାବ ବିହ୍ୱଳ ହୋଇପଡିଥିଲେ । ସୂର୍ଯ୍ୟମନ୍ଦିର ପରିସରରେ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା। ଏହି ନୃତ୍ୟ ଦେଖି ବିଭୋର ହୋଇଥିଲେ ୩୫ ଦେଶର ପ୍ରତିନିଧିମାନେ। ରାତି ୮ଟାରେ ଏହି ପ୍ରତିନିଧିମାନେ ଭୁବନେଶ୍ୱର ଫେରିଥିଲେ। ଏହି କାର୍ଯ୍ୟକ୍ରମରେ ଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଟ ଦିବିସିତା ବ୍ରଜସୁନ୍ଦର ଗଡ଼ନାୟକ,ଅତିରିକ୍ତ ଏସପି ପୂର୍ଣଚନ୍ଦ୍ର ପ୍ରଧାନ, ଏଏସଆଇ ସୁପରିଟେଣ୍ଡେଟ ଇଂଜିନିୟର ଚିତରଞ୍ଜନ ଦାଶ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ସଂଗ୍ରହାଳୟ ଅଧିକାରୀ ପ୍ରତାପ ନାୟକ, କୋଣାର୍କ ଆଇଆଇସି ରଂଜନ କୁମାର ମଲ୍ଲିକ,ବିଭିନ୍ନ ବିଭାଗୀୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା