କୋଣାର୍କ:- ଗତ ଗୁରୁବାର ଜାମ୍ମୁ କାଶ୍ମୀର ସ୍ଥିତ ପୁଞ୍ଚ ରେ ହୋଇଥିବା ଆତଙ୍କୀ ହମଲାରେ ସହିଦ ହୋଇଥିଲେ ୫ ଭାରତୀୟ ଯବାନ। ଯବାନ ମନ୍ଦିପ ସିଂ, ଦେବାଶିଷ ବିଶ୍ୱାଳ, କୁଲବନ୍ତ ସିଂ, ହରକ୍ରିଶନ ସିଂ, ସେବକ ସିଂ ଙ୍କ ପରି ବୀର ଭାରତୀୟ ଶହୀଦ ଯବାନ ଙ୍କ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ବୀର ଯବାନ ଦେବାଶିଷ ବିଶ୍ୱାଳ ଥିଲେ ଅନ୍ୟତମ। ସମସ୍ତ ବୀର ଶହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏବଂ ସେମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଶୁକ୍ରବାର ସନ୍ଧ୍ୟାରେ କୋଣାର୍କ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭାର ଅୟୋଜନ କରାଯାଇଥିଲା। ଏହି ସଭାରେ ପ୍ରଥମେ ଶହୀଦ ଯବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ, କ୍ୟାଣ୍ଡେଲ ଜଳାଯିବା ସହ ନିରବ ପ୍ରାର୍ଥନାର ଆୟୋଜନ ମଧ୍ୟ ହୋଇଥିଲା। ଭାରତ ମାତା କି ଜୟ…. ବନ୍ଦେ ମାତରଂ ପରି ଧ୍ଵନି ରେ ସମସ୍ତେ ନାରବାଜି ମଧ୍ୟ କରି ଦେଶ ପ୍ରେମ ପ୍ରକଟ କରିଥିଲେ। ଆୟୋଜିତ ଏହି ସଭାରେ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ବାହିନୀପତି, ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର, କୋଣାର୍କ ଥାନା ର କର୍ତ୍ତବ୍ୟରତ ଏସଆଇ ଏବଂ ଏଏସଆଇ , ବରିଷ୍ଠ ନାଗରିକ ଭାଗୀରଥି ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ଅଜିତ ମଲ୍ଲିକ,ଯୁବ ସାମ୍ବାଦିକ ବିଚିତ୍ର ଓଝା,ସ୍ୱାଧୀନ କୁମାର ନାୟକ, ଯୁବ ସମାଜସେବୀ ଅରୁନଭ କର, ବିରଞ୍ଚି ନାରାୟଣ ରଥ, କୋଣାର୍କ ପରିବାର ର ସମସ୍ତ ସଦସ୍ୟଙ୍କ ସମେତ, ଯୁବ ନେତା ସତ୍ୟବ୍ରତ ନାୟକ ଏବଂ ଛାତ୍ର ନେତା ଆଶିଷ ପରିଡା ଏବଂ ଆଶୁତୋଷ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।