କୋଣାର୍କ,୧୬.୪- ରବିବାର ପୂର୍ବାହ୍ନ ୧୦ଘଟିକା ସମୟରେ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ଠାରେ ଚାରିଛକ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ଏବଂ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଏନ ସି ସି ଛାତ୍ରୀ ମାନଙ୍କ ପକ୍ଷରୁ ବିଶ୍ଵ ସାମୁଦ୍ରିକ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ସମୁଦ୍ର କୁଳ ସଫେଇ, ଚାରା ରୋପଣ , ଅଂଶୁଘାତ ମୁକାବିଲା ପାଇଁ ଏକ ସଚେତନତା ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିରରେ ଏନ୍ ସି ସି ମେଜର ପୁଷ୍ପଲତା ଦତ୍ତ ଓ ଟ୍ରଷ୍ଟ ର ଅଧକ୍ଷ ଡକ୍ଟର କେଦାରନାଥ ସାହୁ ଯୋଗ ଦେଇ ପରିବେଶ ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ।ସ୍ଥାନୀୟ ଚନ୍ଦ୍ରଭାଗା ମେରେନ ଥାନା ର ଏ ଏସ ଆଇ ଓ ପ୍ରଗତିବାଦୀ ସାମ୍ବାଦିକ ମନୋରଞ୍ଜନ ପଣ୍ଡାଙ୍କୁ ଟ୍ରଷ୍ଟ ପକ୍ଷରୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ସମୁଦ୍ର କୂଳ ସଫେଇ କରାଯାଇଥିଲା ଏହି ସଫେଇରେ ୪୦ରୁ ଉର୍ଦ୍ଧ ଏନସିସି ଛାତ୍ରୀ ଭାଗ ନେଇଥିଲେ।