Odisha news

ଚନ୍ଦ୍ରଭାଗା ତେଲୁଗୁ ସାହିର ମହିଳାଙ୍କୁ ଆକ୍ରମଣ କରି ଟଙ୍କା ଛଡାଇ ନେଲେ ଯୁବକ, କୋଣାର୍କ ଥାନାରେ ଅଭିଯୋଗ କଲେ ମହିଳା

0

କୋଣାର୍କ – କୋଣାର୍କ ଏନଏସି ଅଧିନସ୍ଥ ୮ନଂ ଓ୍ବାର୍ଡ ଚନ୍ଦ୍ରଭାଗା ତେଲୁଗୁ ସାହିର ଗୋଡପିଲା ନୋକମା ନାମକ ଜଣେ ମହିଳା ମାଛ ନେଇ ଭୁବନେଶ୍ବର ସ୍ଥିତ ୪ନଂ ମାର୍କେଟରେ ମାଛ ବିକ୍ରି କରିଥିଲେ। ମାଛ ବିକ୍ରି ବାବଦରେ ତାଙ୍କୁ ମିଳିଥିବା ଟଙ୍କା ସଂପୃକ୍ତ ମହିଳା ଗଣୁଥିବାବେଳେ ସେଠାରେ ଥିବା ଅସ୍ତରଙ୍ଗ ଅଂଚଳର ଜଣେ ଯୁବକ ତାଙ୍କ ହାତମୋଡି ୨୨ହଜାର ୪୩୪ ଟଙ୍କା ଛଡାଇ ନେଇ ପଳାଇ ଯାଇଥିବା ସଂପୃକ୍ତ ମହିଳା କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେଠାରେ ସଂପୃକ୍ତ ଯୁବକ ଜଣଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ଯ ପାଇନଥିଲେ ବୋଲି ଚନ୍ଦ୍ରଭାଗା ତେଲୁଗୁ ସାହିର ଗୋଡପିଲା ନୋକମା ପ୍ରକାଶ କରିଛନ୍ତି। ଏହି ଘଟଣାର ତଦନ୍ତ କରି ସଂପୃକ୍ତ ଯୁବକ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହ ମୋ ଅର୍ଥ ଫେରସ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଥାନା ପୋଲିସକୁ ଚନ୍ଦ୍ରଭାଗା ତେଲୁଗୁ ସାହିର ମହିଳା ଗୋଡପିଲା ନୋକମା ନିବେଦନ କରିଛନ୍ତି।

Govt
Leave A Reply