Odisha news

କୋଣାର୍କ ପାରିପାର୍ଶ୍ବିକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଓ ତଦାରଖ କଲେ ପୁରୀ ଜିଲ୍ଲାପାଳ।

0

କୋଣାର୍କ – ବୁଧବାର ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କୋଣାର୍କ ପାରିପାର୍ଶ୍ବିକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ସମେତ କୋଣାର୍କ ସନ୍ନିକଟ ଅଂଚଳରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଛନ୍ତି। ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ଠାରୁ ଲାବଣ୍ୟଲଜଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ମାଧ୍ୟମରେ ଚାଲିଥିବା  ୬ଥାକିଆ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବାରୁ କେଉଁ କାରଣରୁ ଏହି କାର୍ଯ୍ୟରେ ବିଳମ୍ବ ଘଟୁଛି  ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଓ ସ୍ଥାନୀୟ ଅଧିକାରୀ ମାନଙ୍କୁ ନେଇ ନିଜେ କ୍ଷେତ୍ର ପରିଦର୍ଶନ କରିବା ସହ ଜାଗା ଛାଡୁ ନ ଥିବା ବ୍ୟକ୍ତି ମାନଙ୍କ ସହିତ ବିଶଦ ଭାବରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ବର୍ମା କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ପୂର୍ତ୍ତବିଭାଗ  ପକ୍ଷରୁ ପ୍ରାୟ ୬କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଖେଳ ଭବନ ପରିଦର୍ଶନ କରିବା ସହ କାର୍ଯ୍ୟର ମାନ ବୁଲି ଦେଖିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବର୍ମା ରାମଚଣ୍ଡୀ ଠାରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିବା ସହ ଖୁବଶୀଘ୍ର ଏହାକୁ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋଣାର୍କ ପାରିପାର୍ଶ୍ବିକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ମାଧ୍ୟମରେ ଚାଲିଥିବା ୬ଥାକିଆ ରାସ୍ତା ନିର୍ମାଣରେ ରହିଥିବା ପ୍ରତିବନ୍ଧକ ଖୁବଶୀଘ୍ର ଦୂର କରାଯାଇ ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କୋଣାର୍କ ଗ୍ରସ୍ତ ଅବସରରେ ପ୍ରକାଶ କରିଛନ୍ତି। ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ପୁରୀ ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଯୋତି ଶଙ୍କର ମହାପାତ୍ର, ପୁରୀ ଜିଲ୍ଲା ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ଗୋପ ତହସିଲଦାର ଏସକେ ସାଗିରଙ୍କ ସମେତ ଜାତୀୟ ରାଜପଥ କର୍ତୃପକ୍ଷ, ପୂର୍ତ୍ତବିଭାଗ ଓ ସ୍ଥାନୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Nalco
Leave A Reply