କୋଣାର୍କ – କୋଣାର୍କ ସୂର୍ଯ୍ୟ ମନ୍ଦିରର ପାରିପାର୍ଶ୍ବିକ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ କୋଣାର୍କ ମେଡିକାଲ ଛକ ଠାରୁ ଡାକବଙ୍ଗଳା ଛକ ପର୍ଯ୍ୟନ୍ତ ବିସ୍ଥାପିତ ହେବାକୁ ଯାଉଥିବା ବ୍ଯବସାୟୀ ମାନଙ୍କୁ ଥଇଥାନ ନିମନ୍ତେ ବିସ୍ଥାପିତ ବ୍ଯବସାୟୀ ମାନଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଉର୍ଦେଶରେ ଏକ ଦାବିପତ୍ର ଜିଲ୍ଲା ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ମେଡିକାଲ ଛକ ଠାରୁ ଡାକବଙ୍ଗଳା ଛକ ପର୍ଯ୍ୟନ୍ତ ୧୧୬ଜଣ ବ୍ଯବସାୟୀ ଓ ପରିବାର କୋଣାର୍କ ସୂର୍ଯ୍ୟ ମନ୍ଦିରର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ପାଇଁ ବିସ୍ଥାପିତ ହେବାକୁ ଯାଉଛନ୍ତି। ଏହି ଘଟଣାକୁ ନେଇ ଗତ ଫେବୃୟାରୀ ମାସ ୨୪ତାରିଖ ଦିନ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ଥାପିତ ବ୍ଯବସାୟୀ ଓ ପରିବାରବର୍ଗଙ୍କ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ଏକ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ବିସ୍ଥାପିତ ମାନଙ୍କ ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆପତ୍ତି ଅଭିଯୋଗ ପତ୍ର ଗୁଡ଼ିକ ଗ୍ରହଣ କରାଯାଇଥିଲା। କୋଣାର୍କ ମେଡିକାଲ ଛକ ଠାରୁ ଡାକବଙ୍ଗଳା ଛକ ପର୍ଯ୍ୟନ୍ତ ଦୀର୍ଘଦିନ ଧରି ବ୍ଯବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ଯବସାୟୀ ମାନେ ଘର ମାଲିକ ମାନଙ୍କ ଠାରୁ ଭଡ଼ା ସୂତ୍ରରେ ଗୃହ ନେଇ ବ୍ଯବସାୟ କରୁଥିଲେ। ମାତ୍ର କୋଣାର୍କ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ପାଇଁ ସଂପୃକ୍ତ ବ୍ଯବସାୟୀ ମାନେ ବିସ୍ଥାପିତ ହେବାକୁ ଯାଉଥିବା ବେଳେ ସେମାନଙ୍କୁ ଥଇଥାନ କରିବା ପାଇଁ କୋଣାର୍କ ଠାରେ ବ୍ଯବସାୟୀ ଉପଯୋଗୀ ସ୍ଥାନ ପ୍ରଦାନ କରିବା ସହ ସେମାନଙ୍କ ଭବିଷ୍ୟତରେ ସେମାନେ କିଭଳି ଭାବେ ପୂର୍ବପରି ବ୍ଯବସାୟ କରି ପରିବାର ପ୍ରତିପୋଷଣ କରିବା ନିମନ୍ତେ ପୁରୀ ଜିଲ୍ଲାପାଳଙ୍କୁ ଜିଲ୍ଲା ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ବିସ୍ଥାପିତ ବ୍ଯବସାୟୀ ବିଜୟ କୁମାର ପାଢୀ, ଭାଗୀରଥୀ ସ୍ଵାଇଁ , ସୁଶାନ୍ତ କୁମାର ମହାନ୍ତି, ସର୍ବେଶ୍ଵର ସାହୁ, ବିରବର ସ୍ଵାଇଁଙ୍କ ନେତୃତ୍ବରେ ୫୦ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
