Odisha news

କୋଣାର୍କ ଏନଏସି କୈବର୍ତ୍ତ ସାହି ଅଙ୍ଗନବାଡି କର୍ମୀ ନିଯୁକ୍ତି ବିଜ୍ଞାପନ ପ୍ରକାଶନର ୮ବର୍ଷ ବିତିଲା, କର୍ମୀ ନିଯୁକ୍ତି କେବେ।

0

କୋଣାର୍କ – କୋଣାର୍କ ଏନଏସି ଅଧିନସ୍ଥ ୧୦ନଂ ଓ୍ବାର୍ଡ ମାଧିପୁର ସାମିଲ କୈବର୍ତ୍ତ ସାହି ଅଙ୍ଗନବାଡି କର୍ମୀ ନିଯୁକ୍ତି ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୧୫ ଜାନୁଆରୀରେ ବିଜ୍ଞାପନ ପ୍ରକାଶ ପାଇଥିଲା ବେଳେ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ କେଉଁ କାରଣରୁ ବିଳମ୍ବିତ ହେଉଛି ଆବେଦନ କାରିଣୀ ପ୍ରମିତା ଦାଶଙ୍କ ସମେତ ଅନ୍ୟ ଆବେଦନକାରିଣୀ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଖବରରୁ ପ୍ରକାଶ ଯେ ଗତ ୨୦୧୫ ମସିହା ଜାନୁଆରୀ ମାସରେ କୋଣାର୍କ ଏନଏସି ୧୦ନଂ ଓ୍ବାର୍ଡ କୈବର୍ତ୍ତ ସାହି ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞାପନ ଆଧାରରେ ଏହି ଓ୍ବାର୍ଡର ପ୍ରମିତା ଦାଶ, ପ୍ରଣତୀ ମହାପାତ୍ର, ରିଙ୍କି ସ୍ବାଇଁ ଓ ଅନିତା ସ୍ବାଇଁ ପ୍ରମୁଖ ଗୋପ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ।

ଏହି ଆବେଦନ ପତ୍ର ପାଇବା ପରେ ତତ୍କାଳୀନ ଗୋପ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୈବର୍ତ୍ତ ସାହି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାତ୍ର ଏହି ନିଯୁକ୍ତିରେ ବିଳମ୍ବ ହେବା ନେଇ ଆବେଦନକାରୀ ପ୍ରମିତା ଦାଶ ୨୦୧୫ ମସିହା ଫେବୃଆରୀ ମାସ ୨ତାରିଖରେ ପୁରୀର ତତ୍କାଳୀନ ଉପଜିଲ୍ଲାପାଳ ଓ ଗୋପ ବ୍ଳକର ତତ୍କାଳୀନ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ କୈବର୍ତ୍ତ ସାହି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପତ୍ରରେ ଆବେଦନକାରୀ ଶ୍ରୀମତୀ ପ୍ରମିତା ଦାସଙ୍କ ସମେତ ଆବେଦନକାରୀ ପ୍ରଣତୀ ମହାପାତ୍ର, ମାତୃମଂଗଳ କମିଟିର ସଭ୍ଯା ଚନ୍ଦ୍ରିକା ବେହେରା, କୁନିମଣି ବେହେରା, ସୁନିତା ସ୍ବାଇଁ, ସତ୍ୟଭାମା ବେହେରା, ଚପଳା ସେଠ, ସାବିତ୍ରୀ ବେହେରା, ଗୀତାଞ୍ଜଳି ବେହେରା ଓ କୁନି ରାଉତରାୟ ପ୍ରମୁଖ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କୈବର୍ତ୍ତ ସାହି ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ତତ୍କାଳୀନ ପୁରୀ ଉପଜିଲ୍ଲାପାଳ ଓ ଗୋପ ବ୍ଳକର ତତ୍କାଳୀନ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ପତ୍ରରେ ଆବେଦନକାରୀ ରିଙ୍କି ସ୍ବାଇଁ କୋଣାର୍କ ଏନଏସିର ସ୍ଥାୟୀ ବାସିନ୍ଦା ହୋଇ ନ ଥିବା ବେଳେ କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲାବସ୍ତ ଗ୍ରାମର ବାସିନ୍ଦା ବୋଲି ପ୍ରାମାଣିକ ତଥ୍ୟ ଦେଇ ଲିଖିତ ଅଭିଯୋଗ କରିଥିଲେ। ଏହି ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧରେ ଆବେଦନକାରୀ ପ୍ରମିତା ଦାଶଙ୍କ ସ୍ବାମୀ ବିଶ୍ବଜିତ ପଣ୍ଡା ଗତ ୨୦୧୫ ମସିହାରେ କୈବର୍ତ୍ତ ସାହି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ସଂକ୍ରାନ୍ତୀୟ ପାଇବା ପାଇଁ ସୂଚନା ଅଧିକାର ଆଇନ – ୨୦୦୫ ଅନୁଯାୟୀ ଗୋପ ବ୍ଲକ ପ୍ରଶାସନ ଙ୍କୁ ଫର୍ମ ୬(କ) ରେ ତଥ୍ଯ ମାଗିଥିଲେ।

ଏହାପରେ ଗତ ୨୦୧୫ ମସିହା ମାର୍ଚ୍ଚ ମାସ ୭ତାରିଖ ଦିନ ଗୋପ ବ୍ଳକର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ପତ୍ରସଂଖ୍ୟା – ୨୦୫ ରେ କାର୍ଯ୍ୟାଳୟର ତତ୍କାଳୀନ ଜନସୂଚନା ଅଧିକାରିଣୀ କୁମୁଦିନୀ ସେଠୀ ଆବେଦନକାରୀ ବିଶ୍ବଜିତ ପଣ୍ଡାଙ୍କୁ କୈବର୍ତ୍ତ ସାହି ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲୁ ରହିଥିବାରୁ ମାଗିଥିବା ପ୍ରମାଣପତ୍ରର ନକଲ ଦିଆଯାଇପାରିବ ନାହିଁ ବୋଲି ଅବଗତ କରାଇଥିଲେ। ଏହି ସବୁ ଘଟଣାରୁ ସ୍ପଷ୍ଟ ପରିଲକ୍ଷିତ ହେଉଛି ଯେ କୈବର୍ତ୍ତ ସାହି ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପ୍ରକ୍ରିୟାରେ ଅଦୃଶ୍ୟ ଶକ୍ତିର ପ୍ରଭାବରେ ବଶବର୍ତ୍ତୀ ହୋଇ ନିଯୁକ୍ତି ପ୍ରକ୍ରିୟାରେ ଜାଣି ଶୁଣି ବିଳମ୍ବ କରୁଥିବା କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ କୋଣାର୍କ ଏନଏସି କୈବର୍ତ୍ତ ସାହି ବସ୍ତିବାସିନ୍ଦା ମାନଙ୍କ ମନରେ ଆଲୋଚନାରେ କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଚର୍ଚ୍ଚା ହେଉଛି।

କୋଣାର୍କ ଏନଏସି ୧୦ନଂ ଓ୍ବାର୍ଡ କୈବର୍ତ୍ତ ସାହି ଅଙ୍ଗନବାଡି କେନ୍ଦ୍ରରେ ୨୦୧୫ ମସିହାରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଅଙ୍ଗନବାଡି କର୍ମୀ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ଆଧାରରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଆବେଦନକାରିଣୀ ପ୍ରମିତା ଦାଶ, ପ୍ରଣତୀ ମହାପାତ୍ର, ରିଙ୍କି ସ୍ବାଇଁ ଓ ଅନିତା ସ୍ବାଇଁ ପ୍ରମୁଖ ମାନ୍ଯବର ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ, ୫ଟିସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଉପଜିଲ୍ଲାପାଳ, ଗୋପ ବ୍ଲକ ବିଡିଓ ଓ ଗୋପ ବ୍ଳକର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପ୍ରମୁଖଙ୍କୁ ନିବେଦନ କରିଛନ୍ତି।

Nalco
Leave A Reply