Odisha news

କୋଣାର୍କ ଓ ବାଲୁଖଣ୍ଡ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟ ଶେଷ।

0

କୋଣାର୍କ – କୋଣାର୍କ ଓ ବାଲୁଖଣ୍ଡ ବନବିଭାଗ ସମେତ ୫ଗୋଟି ରେଞ୍ଜ  ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟ ସଂପନ୍ନ କରାଯାଇଛି। ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ କୋଣାର୍କ ବନବିଭାଗ ପକ୍ଷରୁ କୁଶଭଦ୍ରା ନଦୀ ପଠା ଠାରୁ କାଦୁଆ ନଦୀ କୂଳ, ବିଭିନ୍ନ ଜଳାଶୟ ଅଂଚଳ, ବାଲୁଖଣ୍ଡ ବନାଚଂଳ ଅନ୍ତର୍ଗତ ବିଭିନ୍ନ ଜଳାଶୟ ଓ ନଦୀ ସନ୍ନିକଟ ଅଂଚଳରେ କୋଣାର୍କ ବନବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଗଠିତ ୭ଗୋଟି ୟୁନିଟ ଓ ବାଲୁଖଣ୍ଡ ବନବିଭାଗର ୪ଗୋଟି ୟୁନିଟକୁ ନେଇ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିବା ବେଳେ ପୁରୀ ବନବିଭାଗ ଅଧିନରେ ଥିବା ୫ଗୋଟି ରେଞ୍ଜର ୨୫ଗୋଟି ୟୁନିଟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ଗଣନା କାର୍ଯ୍ୟରେ କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରା, ଫରେଷ୍ଟର ରବିନ୍ଦ୍ର କୁମାର ସ୍ଵାଇଁ, ପ୍ରଫୁଲ୍ଲ କୁମାର ବିଶ୍ବାଳଙ୍କ ସମେତ ବାଲୁଖଣ୍ଡ ବନବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏହି ଗଣନା କାର୍ଯ୍ୟ କରାଯାଇଥିଲା।

Nalco
Leave A Reply