ଫଟୋଗ୍ରାଫରଙ୍କୁ ସୂର୍ଯ୍ୟ ମନ୍ଦିର ମନା , ଜୀବିକା ହରାଇ ୮୫ ଦିନଧରି ମନ୍ଦିର ସମ୍ମୁଖରେ ଶତାଧିକ ଫଟୋଗ୍ରାଫ୍ରରଙ୍କ ଧାରଣା !
କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରକୁ ଫଟୋଗ୍ରାଫରଙ୍କୁ ବାରଣ ।ଜୀବିକା ହରାଇ ମନ୍ଦିର ସମ୍ମୁଖରେ ଦୀର୍ଘ ୮୫ ଦିନ ଧରି ବସିରହିଛନ୍ତି ଶତାଧିକ ଫଟୋଗ୍ରାଫର । ନା ସେମାନଙ୍କ ନିକଟରେ ପହଂଚିଛି ପ୍ରଶାସନ ନା ସେମାନଙ୍କୁ ମିଳିଛି କିଛି ପ୍ରତିସୁତି । ୧୫୪ ଜଣ ଫଟୋ ଗ୍ରାଫରଙ୍କୁ ମନ୍ଦିର ପ୍ରବେଶ ବାରଣ କରିଛି ସୂର୍ଯ୍ୟ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ସର୍ଭେକ୍ଷଣ ସଂସ୍ଥା| କେବଳ କିଛି ଲାଇସେନ୍ସ ପ୍ରାପ୍ତ ଫଟୋଗ୍ରାଫରଙ୍କୁ ସର୍ତ୍ତ ମୁଳକ ଅନୁମତି ପ୍ରଦାନ କରିଛି (ଏ.ଏସ.ଆଇ) ଆଜକୁ ୮୫ ଦିନ ଧରି ୧୫୪ ଫଟୋଗ୍ରାଫର ଜୀବିକା ହରାଇ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଏଭଳିକି ଦୁଇଓଳି ଦୁଇମୁଠା ଖାଇବାକୁ ମଧ୍ଯ ସଠିକ୍ ଭାବେ ମିଳିପାରୁନଥିବା ଘଟଣା ମଧ୍ୟ ସମ୍ମୁଖକୁ ଆସିଛି। ଏଥିସହିତ ଉକ୍ତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କ ବୟସର ୬୦ରୁ ଉର୍ଦ୍ଧ ହୋଇଥିଲାବେଳେ ନାନା ରୋଗ ବ୍ୟାଧିର ଶିକାର ହୋଇଥିଲାବେଳେ ଔଷଧ କିଣି ଖାଇବାରେ ମଧ୍ୟ ସମର୍ଥ ନୁହଁନ୍ତି ଏହି ବ୍ଯକ୍ତି ବିଶେଷ। ଏଠି କହିରଖୁଛୁକି ଦୀର୍ଘ ୪୦ବର୍ଷ ଧରି ସୂର୍ଯ୍ୟ ମନ୍ଦିର ପରିସରରେ ମଧ୍ୟରେ ଏହି ନିର୍ଦିଷ୍ଟ ଫଟୋଗ୍ରାଫର ସଂଘର ଫଟୋଗ୍ରାଫର ମାନେ ଫଟୋ ଉଠାଇ ନିଜ ଜିବନ ଜିବିକା ନିର୍ବାହ କରିଆସୁଥିଲେ। ଯଦି ରାଜ୍ୟ ବା କେନ୍ଦ୍ର ସରକାର ଏମାନଙ୍କୁ ସୂର୍ଯ୍ୟ ମନ୍ଦିର ଭିତରେ ଫଟୋ ଗ୍ରାଫି ପାଇଁ ସୁଯୋଗ ନ ଦିଅନ୍ତି। ଆଗାମୀ ଦିନରେ ସୂର୍ଯ୍ୟ ମନ୍ଦିର ସମୂଖରେ ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ଫଟୋଗ୍ରାଫର ସଂଘର ସଭାପତି ଅଶୋକ କୁମାର ସ୍ଵାଇଁ, ପୂର୍ବତନ ସଭାପତି ହଟକିଶୋର ମହାରଣା, ଗୁଣନିଧି ଲେଙ୍କା, ଚନ୍ଦନ ଲେଙ୍କା, ରଞ୍ଜନ କାଣ୍ଡି, ଲାଲା ବିହାରି ତାରେଣିଆ, ଦିଗାମ୍ବର ବିଶ୍ଵାଳ, ପ୍ରମୁଖ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।
