Odisha news

୭୫ ତମ ସ୍ଵାଧିନତା ଦିବସ “ଅଜାଦି କି ଅମୃତ ମହୋସ୍ୱବ”ପାଳନ କୁ ନେଇ ଅଗଷ୍ଟ ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସୂର୍ଯ୍ୟମନ୍ଦିର ମାଗଣା(ନିଶୁଳ୍କ) ପ୍ରବେଶ ଘୋଷଣା

0
କୋଣାର୍କ: ୩/୮ ଭାରତ ର ୭୫ ତମ ସ୍ୱାଧୀନତା ଦିବସ ପାଳନକୁ ନେଇ “ଆଜାଦିକି ଅମୃତ ମହାଉତ୍ସବ” ପାଳନ  ସାରା ଭାରତ ବର୍ଷରେ ବିଭିନ୍ନ ସ୍ତରରେ ପାଳନ କରାଯାଉଥିଲାବେଳେ ।ଏବେ କେନ୍ଦ୍ରସରକାର ପର୍ଯ୍ୟଟକ ମାନଙ୍କ ପାଇଁ ସମଗ୍ର ଭାରତବର୍ଷ ରେ ଥିବା ସମସ୍ତ ଐତିହ୍ୟ ସ୍ଥଳ ଗୁଡିକୁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ବିନା ଶୁଳ୍କକରେ ମାଗଣା ପ୍ରବେଶ କରି ଦର୍ଶନ କରିପାରିବା ନିମନ୍ତେ ଆଗାମୀ ଅଗଷ୍ଟ ୫ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଐତିହ୍ୟସ୍ଥଳ ର ପ୍ରବେଶ ଶୁଳ୍କ ଛାଡ କରିଥିବା  ଆଜି ବୁଧ ବାର ଦିନ ଘୋଷଣା କରିଥିବା ଜଣାପଡ଼ିଛି। ଅନରୁପ ଭାବେ ଆନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ   ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର  କୁ ମଧ୍ୟ ଦେଶ ବିଦେଶ ର ପର୍ଯ୍ୟଟକ ମାନେ ଅଗଷ୍ଟ ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ନିଶୁଳ୍କ ପ୍ରବେଶ କରିପାରିବେ ବୋଲି ସୂଚନା ମିଳିଛି ।କେନ୍ଦ୍ର ସରକାରଙ୍କର ଏପରି ସୁଦୂରପ୍ରସାର  ଘୋଷଣା କୁ ନେଇ ଏବେ ପର୍ଯ୍ୟଟକ ମହଲ ରେ ଖୁସିର ଲହରୀ ଖେଳିଯାଇଛି ।ଦେଶ ସାରା ସମସ୍ତ ଐତିୟ ସ୍ଥଳୀ  ରେ ପର୍ଯ୍ୟଟକଙ୍କ ସଂଖ୍ୟା  ବହୁମାତ୍ରା ରେ ବଢିବା ଆଶଙ୍କା ଦେଖାଦେଇଛି ।ଏନେଇ କୋଣାର୍କ ଅଂଚଳର ସମସ୍ତ ବୁଦ୍ଧିଜୀବି ଓ ବ୍ୟବସାୟୀ ଅନୁଷ୍ଠାନ କେନ୍ଦ୍ରସରକାର ପଦକ୍ଷେପ କୁ ପ୍ରସଂଶା କରିଛନ୍ତି।
Nalco
Leave A Reply