କୋଣାର୍କ,ସବ୍ୟୁ, ଅର୍କ କ୍ଷେତ୍ର ର ଜଗନ୍ନାଥ ମନ୍ଦିରରେ ପୂଜାପାଉଥିବା ଚର୍ତୁଧା ବିଗ୍ରହ ମାନଙ୍କର ସ୍ନାନ ଉତ୍ସବ ମନ୍ଦିର ରେ ଥିବା ସ୍ନାନ ମଣ୍ଡପରେ ଶୁକ୍ରବାର ପ୍ରତ୍ୟୁଷ ରୁ ସମାପନ ହୋଇଛି।ଶ୍ରୀ ବିଗ୍ରହ ମାନଙ୍କୁ ରାତ୍ରୀ 4ଟାରୁ ଧାଡ଼ି ପହଣ୍ଡିରେ ସ୍ନାନ ବେଦୀକୁ ନିଆଯାଇଥିଲା । ପରେ ପୂଜାପଣ୍ଡା ମାନଙ୍କ ଦ୍ଵାରା ମହାପ୍ରଭୁଶ୍ରୀ ଜଗନ୍ନାଥ ବଡଭାଇ ବଳଭଦ୍ର ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ଙ୍କୁ 108 ସୁବାସିତ ଜଳ ରେ ସ୍ନାନ କରାଯାଇ ହାତୀ ବେଶ କରାଯାଇଥିଲା। ଏହି ବେଶକୁ ମନୁଷ୍ୟ ସ୍ଵ ଚର୍ମ ଚକ୍ଷୁରେ ଦର୍ଶନ କଲେ ପୁଣ୍ୟ କୋଟିର ଫଳ ପ୍ରାତ ହୋଇଥାଏ ବୋଲି ବିଶ୍ୱାସ ।
ଏଥର ମହାମାରୀ କରୋନା ପାଇଁ ପୁରା କଟକଣା ରେ କୋଣାର୍କ ଜଗନ୍ନାଥ ମନ୍ଦିରରେ ସ୍ନାନ ଉତ୍ସବ ପାଳନ କରାଯାଇଛି ।ପରେ ଅପରାହ୍ନରେ ଶ୍ରୀ ବିଗ୍ରହ ମାନଙ୍କୁ ସ୍ନାନ ବେଦୀରୁ ଅଣସର ଗୃହକୁ ନିଆଯାଇଥିଲା ସେଠାରେ ଶ୍ରୀ ବିଗ୍ରହ ମାନେ 14 ଦିନ ଅଣସର ଘରେ ରହିବେ। ମନ୍ଦିର ର ମୂଖ୍ୟ ପୂଜକ ପ୍ରହଲ୍ଲାଦ ଦାଶ ଠାକୁର ମାନଙ୍କର ସମସ୍ତ ଦେବନୀତି ସମ୍ପାଦନ କରିଥିବାବେଳେ ମନ୍ଦିରର ପରିଚାଳକ ନିରଞ୍ଜନ ବାରିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।