କୋଣାର୍କ ରେ ନୂତନ ଭବ୍ୟ ସରସ୍ୱତୀ ସ୍ମାର୍ଟ ଶିଶୁମନ୍ଦିର ସ୍କୁଲ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ବଢାଇଲେ ସହାୟତ ର ହାତ
କୋଣାର୍କ:୨୬/୬ କୋଣାର୍କ ଅଞ୍ଚଳବାସୀଙ୍କ ନିମନ୍ତେ ପିଲାମାନଙ୍କ ର ଶିକ୍ଷାପାଇଁ କମ ଖର୍ଚ ରେ ଉର୍ଣ୍ଣତ ଶିକ୍ଷା ବ୍ୟବସ୍ଥା ସହିତ ସ୍ମାର୍ଟ ସ୍କୁଲ ର ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ଗତ ୨୧ ତାରିଖ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ରେ ଯୋଗଦେବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଣାର୍କ ଗ୍ରସ୍ଥ କରି ପୂର୍ବ ଦିନ ରାତ୍ରି ରେ କୋଣାର୍କ ଯାତ୍ରୀନିବାସ ରେ ଅବସ୍ଥାପନ କରୁଥିଲା ବେଳେ କୋଣାର୍କ ଅଂଚଳର ବରିଷ୍ଠ ସମାଜସେବୀ ରଶ୍ମିରଞ୍ଜନ ବିଶ୍ୱାଳ, କୋଣାର୍କ ସୁରକ୍ଷା ସମିତିର ସମ୍ପାଦକ ଭାଗୀରଥୀ ସ୍ୱାଇଁ ସମେତ ଏକ ପ୍ରତିନିଧିମାଣ୍ଡଳ ରାତିରେ ରେଳ ମନ୍ତ୍ରୀ ଙ୍କୁ ଭେଟି କୋଣାର୍କ ରେ ଥିବା ସରସ୍ୱତୀ ଶିଶୁମନ୍ଦିର ର ସ୍କୁଲ ଜାଗାରେ ବର୍ତମାନ କୋର୍ଟ ନିର୍ମାଣ ନିମନ୍ତେ ପ୍ରସାଶନ ଜମି ଅଧିଗ୍ରହଣ କରିନେଇଥିବା କୁ ନେଇ ସମସ୍ୟା ବିଷୟରେ ଅବଗତ କରିବା ସହିତପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ସେମାନଙ୍କୁ ତୁରନ୍ତ ସ୍କୁଲ ଗୃହ ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରସାଶନ ମାଧ୍ୟମରେ ୨ ଏକର ରୁ ଉର୍ଦ୍ଧ ଜମି କୋଣାର୍କ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରିବାରୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସ୍କୁଲ ସମ୍ବଦ୍ଧ ରେ ଟିକିନିଖି ସମାଜସେବୀ ଶ୍ରୀ ବିଶ୍ବାଳଙ୍କ ଠାରୁ ବୁଝିବା ପରେ ତୁରନ୍ତ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ଫୋନ ଲଗାଇ କୋଣାର୍କ ରେ ଏକ ଭବ୍ୟ ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲ ନିର୍ମାଣ ନିମନ୍ତେ ଜମି ଯୋଗାଇ ଦେବାକୁ ଅନୁରୋଧ କରିବାପରେ ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦେଶ ପାଇ ସଂଗେ ସଂଗେ ସୁତନ ରାଜସ୍ୱନିରୀକ୍ଷ ଯଶୋବନ୍ତ ନାୟକ ଓ ଗୋପ ତହସିଲଦାର ଏସକେ ସାଗିର କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଭେଟି ସଂଗେ ସଂଗେ ମ୍ୟାପ ସହିତ ସାକ୍ଷାତ କରି ଥିଲେ ।ମନ୍ତ୍ରୀ ତୁରନ୍ତ ରାତି ୧୧ ଘଟିକାରେ ନିଜେ ସ୍ଥାନୀୟ ପ୍ରତିନିଧିମଣ୍ଡଳ ଙ୍କ ସହିତ ରାଜସ୍ୱ ଅଧିକାରୀ ଙ୍କୁ ନେଇ ସ୍କୁଲ ନିମନ୍ତେ କୋଣାର୍କ ର କେତୋଟି ଜାଗା ନିଜେ ବୁଲି ଜମି ଦେଖିଥିଲେ ।ବିଶେଷ ଭାବେ ବିବେକାନନ୍ଦ ସ୍କୁଲ ନିକଟ ଏନଏଏସି ର ପ୍ରସ୍ତାବିତ ମାଛ ମାର୍କେଟ ନିକଟରେ ଥିବା ଖାଲି ଜାଗା ୨ ଏକର ଜମି କୁ ଦେଖିବା ସହିତ ମାଧିପୁର ନିକଟସ୍ଥ ପ୍ରସ୍ତାବିତ କୋର୍ଟ ଜମି ନିକଟରେ ଥିବା ଖାଲି ଜମି କୁ ରେଳମନ୍ତ୍ରୀ ବୁଲି ଦେଖିଥିଲେ । ସ୍କୁଲ ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରସାଶନ ର ସହଯୋଗ ପାଇଁ ଅନୁରୋଧ କରିବା ସହିତ ସମାଜସେବୀ ରଶ୍ମିରଞ୍ଜନ ବିଶ୍ୱାଳ ଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ସ୍କୁଲ ନିର୍ମାଣପାଇଁ ସମସ୍ତ ସହଯୋଗ କରିବା ସହିତ ପ୍ରାଥମିକ ଭାବେ ସି ଏସ ଆର ଫଣ୍ଡ ରୁ ୨ କୋଟି ଟଙ୍କା ସହାୟତ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ପ୍ରତିଶୃତି ପାଇବା ପରେ କୋଣାର୍କ ରେ ଏକ ଭବ୍ୟ ଉର୍ଣ୍ଣତ ସ୍ମାର୍ଟ ଶିଶୁମନ୍ଦିର ୨୦୦୦ ପିଲା ପଢିବାପାଇଁ ଖୁବ ଶୀଘ୍ର ନିର୍ମାଣ ହେବାର ଦେଖାଦେଇଛି ।ଏହାକୁ ନେଇ କୋଣାର୍କ ଅଞ୍ଚଳବାସୀ ଏହାକୁ ସ୍ୱାଗତ କରିବା ସହିତ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଙ୍କ କାର୍ଯ୍ୟକୁ ଉଚପ୍ରଶଂସା କରିବାସହିତ ଧନ୍ୟବାଦ ଦେଇଥିଲେ।