ଖୁବଶୀଘ୍ର ନିର୍ମାଣ ହେବ ପୁରୀ-କୋଣାର୍କ ୩୮କିମି ରେଳପଥ- କେନ୍ଦ୍ର ରେଳମନ୍ତ୍ରୀ ସ୍ଵର୍ଣତ୍ରିଭୁଜ ପର୍ଯ୍ୟଟନ କ୍ଷେତ୍ର ମାନଚିତ୍ରରେ ରେ ସ୍ଥାନିତ ହେବ ରେଳମାର୍ଗ ।
କୋଣାର୍କ-:୨୨/୬ ଓଡିଶା ର ଜଣେ ବରିଷ୍ଠ ଅଭିଜ୍ଞ କ୍ୟାବିନେଟ ପାହ୍ୟା ର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ବୈଷ୍ଣବ ଙ୍କ ଅନ୍ତର୍ଜାତୀୟ ଯୋଗ ଦିବସ କୁ ନେଇ ଓଡିଶା ଗ୍ରସ୍ଥ କରି ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗ
ଦିବସ ରେ ଯୋଗଦେବା ଅବସରରେ କୋଣାର୍କ କୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ରେ ସ୍ଥାନିତ କରିବା ପାଇଁ ଓ ବିଶେଷ ଭାବେ ଅନ୍ତର୍ଜାତୀୟ ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା କୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ କୁ ରେଳ ବ୍ୟବସ୍ଥା ଖୁବ ଶୀଘ୍ର କରାଯିବା ନିମନ୍ତେ ନିଷ୍ପତି ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିବା ସେ ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରଶ୍ନର ଉତ୍ତରରେ ସେ ସୂଚନା ଦେଇଥିଲେ ।ପୁରୀ କୋଣାର୍କ ଦେଇ ହେଉ କିମ୍ବା ଯେ କୌଣସି ସ୍ଥାନରୁ ହେଉ ସର୍ଭେ ରିପୋର୍ଟ ଅନୁଯାଇ କୋଣାର୍କ କୁ ରେଳ ସଂଯୋଗୀ କରଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । କୋଣାର୍କ ରେଳମାର୍ଗ କୁ ନେଇ ଚର୍ଚା ଏବେ ଜୋର ଧରିଥିବା ଦେଖାଯାଇଛି । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପୁରୀ-କୋଣାର୍କ ୩୮ କିମି ରେଳପଥ ନିର୍ମାଣ ନିମନ୍ତେ ସର୍ଭେ କାର୍ଯ୍ୟ ସହିତ ଅନ୍ୟନ ଆନୁଷଙ୍ଗିକ କାର୍ଯ୍ୟ ପ୍ରାଥମିକ ସ୍ତରରେ ଆରମ୍ଭ ହୋଇଥିବା ସୂଚନା ଦେବା କୁ ନେଇ କୋଣାର୍କ ବାସୀଙ୍କ ମଧ୍ୟ ରେ ପୁଣି ରେଳ ସେବା କୋଣାର୍କ କୁ ସଂପ୍ରସିତ ହେବା କୁ ନେଇ ପୁଣି ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଥିବା ଦେଖା ଯାଇଛି ।ଏନେଇ କୋଣାର୍କ ଅଂଚଳର ବିଭିନ୍ନ ସଂଗଠନ ,ବୁଦ୍ଧିଜୀବୀ ଓ ରାଜନେତା ଙ୍କ ପକ୍ଷରୁ କୋଣାର୍କ-ପୁରୀ କୁ ରେଳପଥ ନିର୍ମାଣ ବିଶେଷ ଭାବେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ କୁ ରେଳ ସଂଯୋଗୀକରଣ ର ପ୍ରତିଶୃତି ରେକ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେବାପରେ ଓଡିଶା ର ପର୍ଯ୍ୟଟନ ମାନଚିତ୍ର ରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପାଲଟିଥିବା ପୁରୀ କୋଣାର୍କ ପାଇଁ ତୁରନ୍ତ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଏହି ରେଳପଥ ନିର୍ମାଣ ପାଇଁତୁରନ୍ତ ବଜେଟ ର ବ୍ୟବସ୍ଥା କରିବା ସହିତ ଓଡିଶା କୁ ଅର୍ଥିକ କ୍ଷେତ୍ର ରେ ମଜବୁତ କରିବା ଲକ୍ଷ ନେଇ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ।ଏଠାରେ ସୂଚନା ଥାଉ କି ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର କୁ ଅନ୍ତର୍ଜାତୀୟ ସ୍ତରୀୟ କରିବା ଓ ଦେଶ ବିଦେଶ ର ପର୍ଯ୍ୟଟକଙ୍କ ଙ୍କୁ ଅଧିକ
ସଂଖ୍ୟା ରେ ପୁରୀ କୋଣାର୍କ କୁ ଆକୃଷ୍ଟ କରିବା ନିମନ୍ତେ କେନ୍ଦ୍ର ସରକାର ଙ୍କ ସହଯୋଗ ରେ ରାଜ୍ୟସରକାର ଙ୍କ ପକ୍ଷରୁ ବିଭିର୍ଣ୍ଣ ଉନ୍ନୟନ ମୂଳକ ଯୋଜନା ହାତକୁ ନେଇ ଯୁଧ୍ୟକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଥିବାବେଳେ ,ଏହାକୁ ଆହୁରି ଗତିଶୀଳ କରିବା ନିମନ୍ତେ ଓ ପର୍ଯ୍ୟଟନ କ୍ଷେତ୍ର ରେ ଏକ ବୈପ୍ଳବିକ ପରିବର୍ତନ ଆଣି ଓଡିଶା ର ଅର୍ଥିକ ମାନଦଣ୍ଡ ଅଗ୍ରଗତି ଦେବାକୁ ରାଜ୍ୟସରକାର ପୁରୀ କୋଣାର୍କ କୁ ଦୀର୍ଘ ୩୮କିମି ଲମ୍ବ ରେଳପଥ ନିର୍ମାଣକରିବା ପାଇଁ ଓ ଏହାକୁ ସ୍ଵର୍ଣତ୍ରିଭୁଜ ପର୍ଯ୍ୟଟନ କ୍ଷେତ୍ର ମାନଚିତ୍ର ରେ ଏହାକୁ ସାମିଲି କରିବା ଲକ୍ଷ ନେଇ ପୁର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଲାଲୁପ୍ରସାଦ ଯାଦବ ଙ୍କ ଓଡିଶା ଗ୍ରସ୍ଥ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାଇ ଓଡିଶା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୧୦୦କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ରସ୍ତାଵ ପ ୨୦୨୦-୨୦୨୧ ରେଲ ବଜେଟ ରେ ଦେଇଥିଲେ । ଓଡିଶା ର ନୂତନ ରେଳ ଲାଇନି ଯୋଜନରେ ଏହା କୁ ସାମିଲି କରି ଅନୁଦାନ ରାଶି ଦେବାପାଇଁ ରାଜ୍ୟ ସରକାର ଅନୁରୋଧ କରି ପତ୍ର ମାଧ୍ୟମ ରେ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଦେଇଥିଲେ । ଏହା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମି କୋଣାର୍କ- ପୁରୀ ରେଳପଥ ନିର୍ମାଣ ପାଇଁ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ ।ମାତ୍ର କେନ୍ଦ୍ର ସରକାରଙ୍କ ଅବହେଳା କୁ ନେଇ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ପାଇଁ ୨୦୨୦-୨୦୨୧ ବଜେଟରେ ରେଳପଥ ନିର୍ମାଣ ନେଇ କୌଣସି ଅନୁଦାନ ବେବସ୍ତା କରି ନଥିଲେ । ଯାହାକୁ ନେଇ କୋଣାର୍କ ଅଂଚଳ ର ବିଭିର୍ଣ୍ଣ ସଂଗଠନ ଓ ବୁଦ୍ଧିଜୀବି ମାନେ କୋଣାର୍କ ଅଂଚଳ ବାସୀଙ୍କ ସ୍ବପ୍ନକୁ ଧୂଳିସାତ କରିବାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ । ମାତ୍ର ଗତ ମଙ୍ଗଳବାର ଜେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନ କୁମାର ବୈଷ୍ଣବ କୋଣାର୍କ ରେ ଅନ୍ତର୍ଜାତୀୟ ଯୋଗ ଦିବସ ରେ ଯୋଗ ଦେବାକୁ ଆସିଥିଲା ବେଳେ ଏନେଇ କୋଣାର୍କ ଏନ ଏ ଏସି ର ନବନିର୍ବାଚିତ ଅଧକ୍ଷା ସଂଯୁକ୍ତା ତ୍ରିପାଠୀ ଓ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ରେଳମନ୍ତ୍ରୀ ଙ୍କୁ ଭେଟି କୋଣାର୍କ କୁ ପର୍ଯ୍ୟଟକଙ୍କ ସ୍ୱାର୍ଥ ପାଇଁ ଓ କୋଣାର୍କ କୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ରେ ପରିଣତ ପାଇଁ ତୁରନ୍ତ ରେଳ ସଂଯୋଗୀ କରଣ କରିବାନିମନ୍ତେ ଅନୁରୋଧ କରିବା ସହିତ ଏନେଇ ଏକ ଲିଖିତଭାବେ ପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ ।
