Odisha news

ପୂର୍ତ୍ତ ବିଭାଗ ପକ୍ଷରୁ ରାଜପଥରେ ଭୁଲ ତଥ୍ୟ,ଅଡୁଆରେ ପର୍ଯ୍ୟଟକ

0

ଗୋପ- : – ଗୋପ ଓ କୋଣାର୍କ ପୂର୍ତ୍ତ ବିଭାଗୀୟ ଅଧିକାରୀ ତଥା ଯନ୍ତ୍ରୀମାନଙ୍କ ଖାମ ଖିଆଲ ନୀତି ଜୋଙ୍ଗୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଏବେ ଦ୍ଵନ୍ଦରେ ।  ପିପିଲି – କୋଣାର୍କ ୧୩ ନମ୍ବର ରାଜ୍ୟ ରାଜ ପଥ ରାସ୍ତା ପାର୍ଶ୍ଵରେ ପଥିକ ମାନଙ୍କ ପାଇଁ ଲାଗିଥିବା ସୂଚନା ଫଳକ ଲେଖାରେ ବ୍ୟାପକ ତ୍ରୁଟି ଜୋଙ୍ଗୁ ପର୍ଯ୍ୟଟକ ମାନେ ଭ୍ରମରେ । ପିପିଲି କୋଣାର୍କ ରାସ୍ତାର ସାରେଡା ଛକ ଠାରୁ ୫ ସହ ମିଟର ଆଗକୁ ରାସ୍ତାର ବାମ ପାର୍ଶ୍ଵରେ ଏକ ଶଙ୍ଖ ପାଖରେ କୋଣାର୍କ  ୭୭ କିଲୋମିଟର ଲେଖା ଥିବା ବେଳେ ଜୁଣେଇ ୪୪ କିଲୋମିଟର ଲେଖା ଅଛି। ବାସ୍ତବରେ ପୂର୍ତ୍ତ ବିଭାଗ ଲଗାଇ ଥିବା ସୂଚନା ଫଳକ ଠାରୁ କୋଣାର୍କର ଦୂରତ୍ୱ ୮ କିଲୋମିଟ ଓ ଯୁଣେଇ ୫ କିଲୋମିଟର କିନ୍ତୁ ବିଭାଗୀୟ ଯନ୍ତ୍ରୀମାନଙ୍କ ତ୍ରୁଟି ବା ଖାମ ଖିଆଲି ମନୋ ଭାବ ପାଇଁ ଆଜି ବଲାଙ୍ଗିରି ପାଟଣା ଗଡ଼ରୁ ଆସିଥିବା ପର୍ଯ୍ୟଟକ ପ୍ରବୀଣ ପୋରେହିତ ନିଜ ପରିବାର ସହ କୋଣାର୍କ ବୁଲି ଆସିଥିବା ବେଳେ ଲୋଇସିଙ୍ଘାରୁ ରାଜା ଖମାରି, କ୍ଷୀରୋଜ ସାହୁବି ନିଜ ନିଜର ପରିବାର ସହ ବୁଲିବାକୁ ଆସି ସେହି ସ୍ଥାନରେ ହତ ବାକ ହୋଇ ଯାଇଥିଲେ।ସେମାନେ ଭୁବନେଶ୍ୱର କଳ୍ପନା ଛକ ନିକଟରେ କୋଣାର୍କ ୬୪ କିଲୋମିଟର ଲେଖାଥିବା ଦେଖି ଆସିଥିବା ବେଳେ  ସାରେଡା ଛକ ନିକଟରେ ପୂର୍ତ୍ତ ବିଭାଗର ଏଭଳି ସୂଚନା ଫଳକ ଦେଖି ଦ୍ଵନ୍ଦରେ ପଡି ଅଟକି ଯାଇଥିଲେ ତେବେ ସେହି ବାଟ ଦେଇ ଯାଉ ଥିବା ଟ୍ୟାସ୍କି ଵାଲା କୋଣାର୍କ ଆଠ କିଲୋମିଟର କହିବା ପରେ ସେମାନେ କୋଣାର୍କ ଯାଇଥିଲେ।ଏତେ ବଡ଼ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୁ କିଭଳି ଭାବରେ ପୂର୍ତ୍ତ ବିଭାଗ କି ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଉ ନାହାନ୍ତି କ୍ଷୋଭର ସହ କହିଛନ୍ତି।ଯେଉଁ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀ ଙ୍କ ସମେତ ରାଜ୍ୟର ଉଚ୍ଚ ପଦାଧିକାରୀ ମାନେ ଯାତାୟତ କରୁଛନ୍ତି ତେବେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନେ କିଭଳି ଖାମଖିଆଲ ନୀତି ଅବଲମ୍ବନ କରୁଛନ୍ତି ତାହା ତଦନ୍ତ ସାପେକ୍ଷ।ତେବେ ଏନେଇ ଗୋପ ପୂର୍ତ୍ତ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର ଦଣ୍ଡପତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଦୀର୍ଘ ଦିନ ଧରି କାର୍ଯ୍ୟାଳୟ ଆସୁନଥିବା ବେଳେ ଫୋନ ବି ଉଠାଇ ନଥିଲେ। ଏଥି ପ୍ରତି ମୁଖ୍ୟମନ୍ତ୍ରୀ,୫ ଟି ସଚିବ, ପୂର୍ତ୍ତବିଭାଗ ମନ୍ତ୍ରୀ ଓ ସଚିବ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହେଉଛି।

IEC 2 years
Leave A Reply