Odisha news

ଚତୁର୍ଥ ବାର୍ଷିକ ଉମା ମହୋତ୍ସବ ପାଳିତ

0
କୋଣାର୍କ -୪/୬ କୋଣାର୍କ ଥାନା ଅଧିନସ୍ଥ ବନାଖଣ୍ଡି ଗ୍ରାମ ପଞ୍ଚାୟତର ବିରିପଦା ଗ୍ରାମ ଠାରେ ବାବା ନୀଳକଣ୍ଠେଶ୍ବର ଡ୍ରାମାଟିକ କ୍ଲବ ଆନୁକୂଲ୍ଯରେ ଚତୁର୍ଥ ବାର୍ଷିକ ଉମା ମହୋତ୍ସବ ପାଳିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବିରିପଦା ଗ୍ରାମ କମିଟି ସଭାପତି ଦେବେନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଚତୁର୍ଥ ବାର୍ଷିକ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କଳାକାର ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ଗ୍ରାମାଞ୍ଚଳର କଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ନୀଳକଣ୍ଠେଶ୍ବର ଡ୍ରାମାଟିକ କ୍ଲବ ପକ୍ଷରୁ କଳା ପରିବେଷଣ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗୋପ ବ୍ଳକର ଉପାଧ୍ୟକ୍ଷ ବନ ରଂଜନ ପଟ୍ଟନାୟକ, ବନାଖଣ୍ଡି ସମିତି ସଭ୍ୟ ଭାରତୀ ମଲ୍ଲିକ, ଜଗତସିଂହପୁର ସାଂସଦଙ୍କ ପୂର୍ବତନ ପ୍ରତିନିଧି ପ୍ରଫୁଲ୍ଲ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ନୀଳ କଣ୍ଠେଶ୍ବର ଡ୍ରାମାଟିକ କ୍ଲବ ପକ୍ଷରୁ ନାଟକ କହି ଦେଲେ କଥା ସରିଯିବ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିରିପଦା ଗ୍ରାମର ନୀଳ କଣ୍ଠେଶ୍ବର ଡ୍ରାମାଟିକ କ୍ଲବର ସଦସ୍ୟ, ରଂଜନ ପାଢୀ ଓ ମିଟୁ ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ।
Nalco
Leave A Reply