Odisha news

ଶହ ଶହ ଏକର ଜଗନ୍ନାଥଙ୍କ ସମ୍ପତି ହଡପ ଘଟଣା:ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

0

ଗୋପ :  ଗୋପ ତହସିଲ ଅଞ୍ଚଳରେ ଜଗନ୍ନାଥ ମହାପ୍ରଭୁଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଘଟଣାରେ ପ୍ରଶାସନିକ ସ୍ତରରେ ଆଜି ଖୋଳ ତାଡ ଆରମ୍ଭ ହୋଇଛି।ଗୋପ ତହସିଲଦାର ଏସ କେ ସାଗିରି ଆଜି ମହାପୁରୁ ରାଜସ୍ବ ନିରୀକ୍ଷକଙ୍କୁ  ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଥାଉକି ଗୋପ ତହସିଲ ଅନ୍ତର୍ଗତ ମହାପୁରୁ ରାଜସ୍ୱ ନିରୀକ୍ଷାକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସହ ସହ ଏକର ଜମି ଓ ଗୋଚର ଜମିକୁ ଆନ୍ଧ୍ର ପ୍ରଦେଶରେ ଜମି ମାଫିଆ ମାନେ ସ୍ଥାନୀୟ କିଛି ଅସାଧୁ ଲୋକମାନଙ୍କୁ ପ୍ରଲୋଭିତ କରି ଜମି ହଡପ କରି ବେଆଇନ ଭାବରେ ପୋଖରୀ ଖୋଳି ମାଛ ଚାଷ କରି ନିଜ ଅକ୍ତିଆରରେ ରଖିଛନ୍ତି।ଯାହାକୁ ନେଇ ବାରମ୍ବାର ଅଭିଯୋଗ ପରେ ୨୦୧୫-୧୬ ମସିହାରେ କିଛି ମଛାପୋଖରୀ କୁ ପୁରୀ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ ରେ ଉଛେଦ କରାଯାଇଥିଲା। ତେବେ ପୁଣି ଆନ୍ଧ୍ର ଜମି ମାଫିଆ ମାନେ ସକ୍ରିୟ ହୋଇ ଉଛେଦ ପୋଖରୀକୁ ଦାଖଲ କରି ନିଜ ଅକ୍ତିଆରକୁ ନେଇ ମାଛ ଚାଷ କରିଛନ୍ତି। ପୁରୀ ଜିଲ୍ଲା ଗୋପ ତହସିଲ ଅନ୍ତର୍ଗତ ମହାପୁରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଓରୁଆଳି,ଉଛୁପୁରୁ,ମହାପୁରୁ, ସାଙ୍ଗେଣା,ସିଆରୋ ପୋଡପଡା, ମାର୍କଣ୍ଡପୁର,ପଲ୍ଲୀ ପ୍ରଭୁତି ମୌଜାର ସହ ଏକର ଚାଷ ଜମି  ଆନ୍ଧ୍ର ଜମି ମାଫିଆଙ୍କ ହାତରୁ କେବେ ମୁକ୍ତ ହେବା ନେଇ ଜଗନ୍ନାଥ ପ୍ରେମୀ,ବୁଦ୍ଧି ଯିବି ଓ ସ୍ଥାନୀୟ କୃଷକ ମାନେ ଦାବି କରିଛନ୍ତି।ତେବେ ଖୁବଶୀଘ୍ର ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ହଡପ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜସ୍ୱ ନିରୀକ୍ଷାକଙ୍କୁ ଜମିର ସ୍ଥିତବସ୍ତା ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଉଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ତହସିଲଦାର ଏସ କେ ସାଗିର।

Leave A Reply