Odisha news

କୋଣାର୍କ ଏନଏସି ପକ୍ଷରୁ ହାଇଜେନିକ ମଡେଲ କଂସେଇଖାନା ଓ ମାଛ ମାର୍କେଟ କାର୍ଯ୍ୟ ଆରମ୍ଭ

କୋଣାର୍କ:୯/୭ କୋଣାର୍କ ଏନଏସି ପକ୍ଷରୁ ବିଭିନ୍ନ ଉର୍ଣ୍ଣୟନ ମୂଳକ ଯୋଜନା ହାତକୁ ନିଆଯାଇ ଜୁଧ୍ୟକାଳୀନଭିତିରେ  କାର୍ଯ୍ୟ ଜୋରସୋରରେ  କରାଯାଉଥିବା ଦେଖାଯାଇଛି।କୋଣାର୍କ ଏନଏସି ର ଭିତ୍ତି ଭୂମି କୁ ସୁଦୃଢ କରିବା ଲକ୍ଷ୍ୟ ନେଇ କୋଣାର୍କ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ.ଶ୍ରୀନିବାସନ  ଙ୍କ ତତ୍ୱବାଧାନ ରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀବିନୟ କୁମାର ଦାସ ଙ୍କ ପରାମର୍ଶ କ୍ରମେ  ବିଭିନ୍ନ ଯୋଜନା ଗୁଡିକୁ  ତୁରନ୍ତ କାର୍ଯ୍ୟକାରି କରିବାପାଇଁ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରି କାର୍ଯ୍ୟ ଚାଲୁଥିବା ଜଣାପଡିଛି ।
ବିଶେଷ ଭାବେ,ହସ୍ତଶିଳ୍ପ ମାର୍କେଟ, ସ୍ମାର୍ଟ ପାର୍କ,କାଞ୍ଜିଆହୁଦା,ସେପ୍ଟିକ ପାର୍କ ସହିତ ୩ଗୋଟି ମାଇକ୍ରୋକମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ଭଳି କାର୍ଯ୍ୟ ଚାଲୁ ରହିଥିଲା ବେଳେ ଏବେ ଆଉ ଦୁଇଟି ଅତି ଜରୁରୀ ଯୋଜନା  ହାଇଜେନିକ କଂସେଇଖାନା ଓ  ମାଛ ମାର୍କେଟ କାର୍ଯ୍ୟ ହାତକୁ ନେଇ କୋଣାର୍କ ବସଷ୍ଟାଣ୍ଡ ନିକଟ ବିବେକାନନ୍ଦ ସ୍କୁଲ ପାଖରେ  ଥିବା ସରକାରୀ ଜାଗା ଖାତା ନମ୍ବର ୪୧୫ ପ୍ଲଟ ନମ୍ବର ୧୬୦୪ ର ଏକର ୯୪.୫୦ ଡ଼ିସିମିଲ ରୁ  ଏକଏକର ପରିମିତ ଜମି ରେ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ପରିବେଶଭିତ୍ତିକ ଏକ  ମଡେଲ ସ୍ୱଚ୍ଛ ଆମିଷ ମାର୍କେଟ ନିର୍ମାଣ କାର୍ଯ୍ୟ  କରିବା ନିମନ୍ତେ ଜଙ୍ଗଲ ବିଭାଗ ଅନୁମତି ରେ ଗଛ କଟା କାର୍ଯ୍ୟ ପ୍ରାଥମିକ ଭାବେ ଆରମ୍ଭ କରଯାଇଛି।
ଏହି ମାର୍କେଟ ମଧ୍ୟରେ ଲୋକମାନେ ନିଜ ଗାଡି କୁ ସୁରକ୍ଷିତ ଭାବେ ରଖିବାପାଇଁ ସ୍ୱତନ୍ତ୍ର ପାର୍କିଙ୍ଗ ର ନିର୍ମାଣ କରାଯିବାର ବ୍ୟବସ୍ଥା  ସହିତ ମାଂସ ଦୋକାନ, ଚିକେନେ ଦୋକାନ ସହିତ ମାଛ ଦୋକାନ ରହିବାର ବ୍ୟବସ୍ଥା କରାଯାଇଛି ।ଲୋକମାନେ ଗୋଟିଏ ଜାଗାରେ ସମସ୍ତ ପ୍ରକାର  ଆମିଷ ଜିନିଷ କିଣିବାର ମଜା ଉଠାଇବା ପାରିବା ସହିତ ସ୍ୱଚ୍ଛତା ବଜାଇ ରଖିବା ନିମନ୍ତେ ଉର୍ଣ୍ଣତ ଜ୍ଞାନକୌଶଳ ପ୍ରୟୋଗ କରାଯିବ। ଏନେଇ କୋଣାର୍କ ଏନଏସି ପକ୍ଷରୁ ଏକ ସ୍ୱତନ୍ତ୍ର ଆର୍ଟିଟେକଚର କୁ ଡ଼ିଜାଇନିଂ କରିବା ପାଇଁ ଦାଇତ୍ୱ ଦିଆଯାଇଛି, ଡ଼ିଜାଇନିଂ ଆସିବାପରେ ଏସ୍ଟିମଟେ ଖୁବ୍ଶୀଘ୍ର କରାଯାଇ ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର କରାଯାଇ ସମସ୍ତ ଆମିଷ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କୁ ଏହି ମାର୍କେଟ ମଧ୍ୟରେ ରାସ୍ତା କଡରୁ ଉଛେଦ କରାଯାଇ ଥଇଥାନ କରାଯିବ ବୋଲି କୋଣାର୍କ ଏନଏସି ଅଧିକାରୀ ଶ୍ରୀ ଶ୍ରୀନିବାସନ ସୂଚନା ଦେଇଛନ୍ତି ।

Comments are closed.