ବଦଳିବ କୋଣାର୍କ ରୂପରେଖ ,ବିଭିନ୍ନ ପ୍ରକଳ୍ପ ପାଇଁ ଇଡ଼କୋକୁ ଦିଆଯାଉଛି ୩୦୦ ଏକର ରୁ ଉର୍ଦ୍ଧ ଜମି : ଜମି ହସ୍ତାନ୍ତର ପାଇଁ ମାପଚୁପ ଆରମ୍ଭ , ଚିନ୍ତାରେ ପରିବେଶବିତ
କୋଣାର୍କ:୫/୭ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ କୁ ଅନ୍ତର୍ଜାତୀୟ ସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ରେ ପରିଣତ କରିବା କୁ ରୂପରେଖ ଦେବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ଘୋଷଣା ପରେ ପ୍ରଶାଶନ ପକ୍ଷରୁ ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଦେଖାଯାଇଛି । ଚନ୍ଦ୍ରଭଗା ସମୁଦ୍ର ନିକଟବର୍ତ୍ତୀ ଅଂଚଳ ସମେତ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁର୍ଦିଗ ର ପାରିପାର୍ଶ୍ବିକ ଉର୍ଣ୍ଣତି ନିମନ୍ତେ ଯୁଦ୍ଧ କାଳୀନ ଭିତ୍ତିରେ ଯୋଜନ ଗୁଡିକୁ ହାତକୁ ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଅଛି ।ପ୍ରାଥମିକ ପର୍ଯ୍ୟାୟରେ ରେ ଚନ୍ଦ୍ରଭଗା ଠାରୁ କୋଣାର୍କ ଥାନାଛକ ପର୍ଯ୍ୟନ୍ତ ୬ ଲାଇନି ଅନ୍ତର୍ଜାତିୟସ୍ତରୀୟ ରାସ୍ତା ସହିତ ସୂର୍ଯ୍ୟମନ୍ଦିର ଚତୁରପର୍ଶ୍ୱ ୨ଲାଇନି ରିଙ୍ଗରୋଡ଼ ରାସ୍ତା କାର୍ଯ୍ୟ ୩୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ କାର୍ଯ୍ୟ ଚାଲୁ ରହିଛି।ଏହା ସହିତ ସ୍ମାର୍ଟ ପାର୍କ , ମଡେଲ ହସ୍ତଶିଳ୍ପ ବଜାର, ମଡେଲମାଛ ମାର୍କେଟ,କାଞ୍ଜିଆହୁଦା,ସହିତ କୋଣାର୍କ କୁ ସମ୍ପୁର୍ଣ ସୌରସହର ଭାବେ ଗଢିତୋଳିବା କାର୍ଯ୍ୟ ମଧ୍ୟ ଚାଲୁରହିଛି ।
ଏହା ସ୍ୱତେ କୋଣାର୍କ ବିକାଶ କାର୍ଯ୍ୟକୁ ଆହୁରି ଗତିଶୀଳ ଦେବା ଉଦ୍ୟଶ ରେ ପ୍ରଶାଶନ ପକ୍ଷରୁ ଅନେକ ବଡ଼ବଡ଼ ପ୍ରକଳ୍ପ କରିବା ନିମନ୍ତେ ସରକାରୀ ଓ ବେସରକାରୀ କମ୍ପାନୀ ଗୁଡିକୁ ସୁଲଭ ମୂଲ୍ୟରେ ଜମି ଯୋଗାଇଦେବା ଲକ୍ଷ ନେଇ ଇଡକୋ କୁ ୩୦୦ଏକର ରୁ ଉର୍ଦ୍ଧ ସମୁଦ୍ର କୂଳର ନିକଟବର୍ତ୍ତୀ ଚିହ୍ନଟ ଜମି କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାସ ଙ୍କ ତତ୍ୱବାଧାନ ରେ ଜମି ଇଡ଼କୋ କୁ ହସ୍ତାନ୍ତର କରିବାପାଇଁ ଯୁଧ୍ୟକାଳୀନଭିତିରେ ମାପଚୁପ କାର୍ଯ୍ୟ ଗୋପରାଜସ୍ବ ସୁପର ଭାଇଜର ଶ୍ରୀ ମହେଶ୍ୱର ପ୍ରଧାନ,କୋଣାର୍କ ପୁର୍ବତନ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସତ୍ୟବାଦୀ ଚିନେରା, ଗୋପ ତହସିଲ ଅମିନ ଜ୍ଞାନେନ୍ଦ୍ର ଭୋଇ ଙ୍କ ଦ୍ଵାରା କରା ଯାଉଥିବା ଦେଖାଯାଇଛି ।ଖବର ନେଵାରେ ଜଣାପଡେ କୋଣାର୍କ ହେଲିପ୍ୟାଡ଼ ନିକଟସ୍ଥ କୋଣାର୍କ ମୌଜ଼ା ର ଖାତା ନମ୍ବର ୬୪୬ ପ୍ଲଟନମ୍ବର-୨୦୧୫ ଓ ୨୧୩୬ ରୁ ୬ଏକର, ଚନ୍ଦ୍ରଭା ଗା ଜୟଦେବ ପାର୍କ ସମୁଖ ଓ ଉଡେନ ରେଷ୍ଟୁରାଣ୍ଟ ପଛ କୁ ଲଗାଇ ଖାତା ନମ୍ବର୪୧୫ ର ପ୍ଲଟ ନମ୍ବର ୨୯୬/୨୯୮ ରୁ ୯୦ ଏକର ଓ ଚନ୍ଦ୍ରଭାଗା ମେରାଇନି ଥାନା ନିକଟସ୍ଥ ଓଟିଡିସି କାଫେ ନିକଟରୁ ଖାତା ନମ୍ବର ୬୪୩/୬୪୬ ର ପ୍ଲଟ ନମ୍ବର ୨୧୩୭,୨୦୧୫/୨୧୩୨ ,୨୦୧୫/୨୧୪୩ ରୁ ୧୭ ଏକର.୩୦ଡ଼ିସିମିଲ ସହିତ ବାଙ୍ଗର ମୌଜ଼ା ର ଖାତା ନମ୍ବର ୩୯୪,୩୯୫ ‘୩୯୬’ ରୁ ପ୍ଲଟନମ୍ବର ୧୪୦/୧୪୫ ଡିଫେନ୍ସେ ପଛପଟ ବଡ଼ଗାଁ ର ୭୫ଏକର ଓ ଗଡ଼ବାଙ୍ଗର ର ୧୨୫ ଏକର ସମୁଦାୟ ୨୦୦ ଏକର ଇଡ଼କୋ କୁ ଦେବା ନିମନ୍ତେ ମାପଚୁପ କରଯାଇ ଟ୍ରେସମ୍ୟାପ କରାଯାଇଛି।ମପଚୁପ କାର୍ଯ୍ୟ ସରିଲେ ଖୁବଶୀଘ ଇଡ଼କକୁ ଏହି ଜମି ହସ୍ତାନ୍ତର କରାଯିବ ।
ଇଡ଼କ ପକ୍ଷରୁ ଉକ୍ତ ଜମି ଗୁଡିକୁ ସୁରକ୍ଷିତ ରଖିବା ନିମନ୍ତେ ପାଚେରୀ ନିର୍ମାଣ କରାଯାଇ ଏହି ମୁଲ୍ୟବାନ ଜମିଗୁଡିକୁ ସୁରକ୍ଷିତ ଭାବେ ରଖାଯିବ । ପରବର୍ତୀ ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ପ୍ରକଳ୍ପ କରିବା ନିମନ୍ତେ ସୁଲଭ ମୂଲ୍ୟରେ ଏହି ଜମି ଗୁଡିକୁ ସେମାନଙ୍କ ଦରକାର ଅନୁଯାଇ ଯୋଗାଇଦିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।ସମୁଦ୍ର ନିକଟବର୍ତ୍ତୀ ଅଂଚଳ ଜମି ଗୁଡିକୁ ପ୍ରକଳ୍ପ କରିବା ନିମନ୍ତେ ଇଡ଼କକୁ ହସ୍ତାନ୍ତର କୁ ନେଇ ବିଭିନ୍ନ ପରିବେଶବିତ ସଂଗଠନ ଓ ପରିବେଶବିତି ମାନେ ପ୍ରକଳ୍ପ କରା ଜିବାଫଳରେ ଇକୋସେଂନସିଟିଭି ଜୋନ, ଓ ଅଭୟାରଣ୍ୟ ଜୋନ ର ପରିବେଶ ସନ୍ତୁଳନ ବିଗିଡିବା ଆଶଂକା ଦେଖାଦେବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ।ବାଲି ଝଡ ଓ ବାତ୍ୟା ପ୍ରକୋପ ରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଆଖପାଖ ଗ୍ରାମଗୁଡିକ ରକ୍ଷା କରିବା ନିମନ୍ତ୍ୱ ବିଷେଜ୍ଞ ଙ୍କ ପରାମର୍ଶ କ୍ରମେ ଶହଶହ ଏକର ରେ ଝାଉଁ ଗଛ ସହିତ ଅନେକ ଗଛ ଦୀର୍ଘ ଦିନ ହେବ ଲଗାଯାଇ ଜଜଙ୍ଗଲ ସୃଷ୍ଟି କରାଯାଇଥିଲା ।ମାତ୍ର ପ୍ରକଳ୍ପ କୁ ନେଇ ଏହି ଜମି ଗୁଡିକରୁ ଗଛ ଗୁଡିକ କଟା ଯିବା ଫଳରେ ଏହା ଆଗାମୀ ଦିନରେ ବିରାଟ ସମସ୍ୟା ଭାବେ ଦେଖାଦେବା ଆଶଙ୍କା ଦେଖାଦେଇଛି ।
Comments are closed.