Odisha news

ସୁପ୍ରିମକୋର୍ଟ ବିଚାରପତିଙ୍କ ବାଖ୍ୟାନ କେନ୍ଦ୍ର ପରିଦର୍ଶନ

0
କୋଣାର୍କ :  ସୁପ୍ରିମକୋର୍ଟ ର ବିଚାରପତି ମାନ୍ୟବର ଏସ ଅବଦୁଲ ନାଜୀର୍  ସପତ୍ନୀ ଙ୍କ ସହ ଶନିବାର ସନ୍ଧ୍ୟା ୭ଟା ରେ କୋଣାର୍କ  ରେ ପହଞ୍ଚି  ଇଣ୍ଡିଆନ ଅଏଲ ଦ୍ବାରା ନିର୍ମିତ ବାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।ପରେ  ସୂର୍ଯ୍ୟ ମନ୍ଦିର ପରିସରରେ ହେଉଥିବା ଲାଇଟି ଆଣ୍ଡ ସାଉଣ୍ଡ ଦେଖିବା ସହ ବାଖ୍ୟାନ କେନ୍ଦ୍ର କୁ ଆସି ସୂର୍ଯ୍ୟ ମନ୍ଦିର କଥାବସ୍ତୁ ଉପରେ ଆଧାରିତ   ପୌରାଣିକ ଚଳଚିତ୍ରକୁ  ଉଭୟ ସପତ୍ନୀ ଉପଭୋଗ  କରିଛନ୍ତି ।କିନ୍ତୁ  ରାତ୍ରୀ ହୋଇଯାଇଥିବାରୁ ବିଚାରପତି ମାନ୍ୟବର ଶ୍ରୀ ନାଜୀର୍ ମନ୍ଦିର ପରିଦର୍ଶନ କରିପାରିନଥିବା ଜଣାପଡିଛି । ତାଙ୍କର ଏହି ଅଚାନକ ଗ୍ରସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ,ଏ ଡି ଏମ ବିନୟ ଭୂଷଣ ଦାସ , ଜିଲ୍ଲା ଜଜ ଓ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରମୁଖ ବାଖ୍ୟାନ କେନ୍ଦ୍ର ନିକଟରେ  ଉପସ୍ଥିତ  ହୋଇ ଉଭୟ ଙ୍କୁ ସ୍ୱାଗତ କରିଥିଲେ ।କୋଣାର୍କ ପୋଲିସ ପକ୍ଷ ରୁ ରଞ୍ଜନ କୁମାର ମଲ୍ଲିକଙ୍କ  ନେତୃତ୍ୱ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିଲା ।
2 Attachments

Leave A Reply