କୋଣାର୍କ ସୌନ୍ଦର୍ଯ୍ୟ କରଣରେ ବିସ୍ଥାପିତ ହେବାକୁ ଥିବା ରାଜୀବ କଲୋନୀର ବାସିନ୍ଦାଙ୍କୁ ଆଗ ଥଇଥାନ ଓ କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି
କୋଣାର୍କ : ବିଶ୍ଵପର୍ଯ୍ୟଟନ କ୍ଷେତ୍ର କୋଣାର୍କର ଚତୁଃପାର୍ଶ୍ୱ କୁ ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେଥିପାଇଁ ଜିଲ୍ଲାପାଳ କୋଣାର୍କ କୁ ଘନ ଘନ ଗ୍ରସ୍ତ କରି ସୌନ୍ଦର୍ଯ୍ୟ କରଣ ସମ୍ପର୍କରେ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ଅଂଚଳର ବୁଦ୍ଧିଜୀବି ଙ୍କ ସହ ଆଲୋଚନା କରି ସୌନ୍ଦର୍ଯ୍ୟ କରଣରେ ରାଜ୍ୟ ସରକାର ଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।
ସୌନ୍ଦର୍ଯ୍ୟ କରଣ ପାଇଁ ସୂର୍ଯ୍ୟ ମନ୍ଦିର ଆଗ ସାମ୍ମା ରୁ ପ୍ରାୟ ୩୦ଏକର ଜମିକୁ ମୁକ୍ତ ରଖାଯାଇ ଏଥିରେ ପର୍ଯ୍ୟଟକ ଙ୍କ ମନ ଲୋଭା ଭଳି ସୌନ୍ଦର୍ଯ୍ୟ କରଣ କରି ବିକଶିତ କରିବାକୁ ଯୋଜନା ହୋଇଛି । କିନ୍ତୁ ଏହି ୩୦ଏକର ଜମି ମଧ୍ୟରେ କିଛି ବ୍ୟବସାୟୀ ଅନୁଷ୍ଠାନ ସରକାରୀ ଅଫିସ ଓ କିଛି ନିଜସ୍ୱ ବାସ ଗୃହ ରହିଛି ।ଯେଉଁଠି ଦୀର୍ଘ ୫୦ବର୍ଷ ରୁ ଅଧିକ ଦିନ ହେବ ନିଜ ବାପା ଅଜା ଅମଳରୁ ଏଠାରେ ଘର କରି ନିଜ ପିଲାଛୁଆ ଧରି ଏକ କଲୋନି କରି ରହିଆସୁଛନ୍ତି।ଯାହା ସେମାନେ କୋଣାର୍କ ର ରାଜୀବ କଲୋନି ବାସିନ୍ଦାଭାବେ କାଗଜ କଲମରେ ପରିଚୟ ମଧ୍ୟ ପାଇଛନ୍ତି।
କୋଣାର୍କ ସୌନ୍ଦର୍ଯ୍ୟ କରଣ ଙ୍କୁ ସେମାନେ ସ୍ୱାଗତ କରୁଛନ୍ତି ।ହେଲେ ଏହି ସୌନ୍ଦର୍ଯ୍ୟ କରଣରେ ରାଜ୍ୟ ସରକାର ସେମାନଙ୍କ ଉଚ୍ଛେଦ ପାଇଁ ସୂଚନା ଜାରିକରିବା ସହ ସେମାନଙ୍କର ଜମିର ଦସ୍ତାବିଜି, ଆଧାର କାର୍ଡ ,ଓ ବ୍ୟାଙ୍କ ପାସ ବୁକ ସ୍ଥାନୀୟ ତହସିଲେ ଡ଼ିପୋଜିଟ ପାଇଁ କହିଛନ୍ତି ।ହେଲେ ରାଜ୍ୟ ସରକାର ଉଚ୍ଛେଦ ପୂର୍ବରୁ ଆଗ ସେମାନଙ୍କୁ ଥଇଥାନ ଓ କ୍ଷେତି ପୂରଣ ଦେଇ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ସେମମାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି କରୋନା ମାହାମାରି ସମୟରେ ସେମାନେ ନିଜ ପିଲାଛୁଆ ଙ୍କ ସହ ନିଜ ବୃଦ୍ଧା , ବୃଦ୍ଧ ମା ବାପାଙ୍କୁ ନେଇ କୁଆଡେ ଯିବେ ,ବୋଲି ସେମାନଙ୍କ ମନରେ ଭୟର ଆତଙ୍କ ଦେଖା ଦେଇଛି ।
ଏହି ପରିପ୍ରେକ୍ଷୀରେ ରାଜୀବ କଲୋନୀ ରେ ରହୁଥିବା ପ୍ରାୟ ୩୦ ପରିବାର ରବିବାର ପୂର୍ବାହ୍ନରେ ଏକତ୍ରିତ ହୋଇ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ସେମାନଙ୍କୁ ଉଚ୍ଛେଦ ପୂର୍ବରୁ ଉଚିତ କ୍ଷେତି ପୁରଣ ଓ ଥଇଥାନ ପାଇଁ ଜମି ଯୋଗାଇ ଦେବାକୁ ସେମମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ,୫ଟିସଚିବ, ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳ ଙ୍କୁ ଗଣମାଧ୍ୟମ ଜରୀଆରେ ଗୁହାରି କରିଛନ୍ତି।ଏହି ବୈଠକରେ ରାଜୀବ କଲୋନୀର ରାଜୁପାତ୍ର, ବୁଦ୍ଧନାଥ ପାଇଟାଳ ,ସୁରେଶ ଚନ୍ଦ୍ର ବେହେରା ଓ ରେଣୁ ରାଓ ଅଶୋକ ମଲ୍ଲ ଙ୍କ ସହ ପାୟ ୫୦ରୁ ଅଧିକ ମହିଳା ଓ ପୁରୁଷ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଙ୍କ ସହ ବରିଷ୍ଠ ପ୍ରଶାସନ ଅଧିକାରୀମାନଙ୍କୁ ସେମାନ ଙ୍କୁ ଉଚିତ ଥଇଥାନ ଓ କ୍ଷେତି ପୁରଣ ପାଇଁ ଦାବି କରିଛନ୍ତି।
Comments are closed.