କୋଣାର୍କ : ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପର ଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗୁରୁବାର ପୂର୍ବାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅଞ୍ଚଳର ବିସ୍ଥାପିତ ହେବା କୁ ଥିବା ବ୍ୟବସାୟୀ ଓ ସ୍ଥାନୀୟ ବୁଦ୍ଧିଜୀବି ମାନ ଙ୍କୁ ନେଇ ଏକ ଜରୁରୀ ବୈଠକ କରିଛନ୍ତି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ପ୍ରସ୍ତାବିତ ରିଂ ରୋଡ଼ ଓ ନିର୍ମାଣ ହେବାକୁ ଥିବା ଭେଣ୍ଡି ଜୋନ୍ ,ଓ ସୂର୍ଯ୍ୟ ମନ୍ଦିର ଆଗର ସୌନ୍ଦର୍ଯ୍ୟ କରଣର ବ୍ଲୁ ପ୍ରିଣ୍ଟ ର ନକ୍ସା କୁ ଉପସ୍ଥିତ ଥିବା ବ୍ୟବସାୟୀ ଓ ଅଞ୍ଚଳର ବୁଦ୍ଧିଜୀବି ଙ୍କୁ ଜିଲ୍ଲାପାଳ ଭିଡ଼ିଓ ଗ୍ରାଫିରେ ଦେଖାଇ ଥିଲେ ।ତେବେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ କୋଣାର୍କରେ କିଛି ବ୍ୟବସାୟୀ ଅନୁଷ୍ଠାନ ଓ ବାସ ଗୃହ ଉଚ୍ଛେଦ ହେବାକୁ ଯାଉଛି ଫଳରେ ଏହାକୁ ନେଇ ଉଚ୍ଛେଦକାରୀ ଙ୍କ ମନରେ ଯେଉଁ ଭୟର ବାତାବରଣ ଦେଖାଯାଇଛି ତାହାକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଦୁରୀଭୂତ କରିଛନ୍ତି। ସେ କହିଛନ୍ତି ଉଚ୍ଛେଦ କୁ ନେଇ ଅଂଚଳବାସୀମାନେ କୌଣସି ମତେ ଭୟ ଭିତ ହୁଅନ୍ତୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ଏପରି କି ସୌନ୍ଦର୍ଯ୍ୟ କରଣ ପ୍ରକିୟାରେ ପ୍ରଥମେ ଥଇଥାନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।ପ୍ରଥମେ ମନ୍ଦିର ସାମ୍ମା ଓ ମଙ୍ଗଳା ମନ୍ଦିର ର ଉଭୟ ପାର୍ଶ୍ୱରୁ ଉଚ୍ଛେଦ ହେଉଥିବା ବ୍ୟବସାୟୀମାନ ଙ୍କୁ ଅସ୍ଥାୟୀ ଭାବରେ କଲ୍ୟାଣି ମଣ୍ଡପ ପାର୍ଶ୍ୱରେ ଥିବା ୩ ଏକର ଜାଗାରେ ବ୍ୟବସାୟ ଭିତ୍ତିଭୂମି କରାଯାଇ ବର୍ତ୍ତମାନ ଥଇଥାନ କରାଜୀବ ପରେ ଭେଣ୍ଡିଙ୍ଗି ଜୋନ ନିର୍ମାଣ ସରିଲେ ସେମାନ ଙ୍କୁ ସ୍ଥାୟୀ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ କୋଣାର୍କ ସୌନ୍ଦର୍ଯ୍ୟ କରଣ ଲାଗି ଆରମ୍ଭ ହୋଇଥିବା ଉଦ୍ୟମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ବୈଠକରେ ସମସ୍ତଙ୍କ ର ସହଯୋଗ କାମନା କରିଥିଲେ। ବିଗତ ଦିନରେ କୋଣାର୍କବାସୀ ପ୍ରଶାସନ କୁ ସବୁ କାର୍ଯ୍ୟରେ ସହଯୋଗ କରିଛନ୍ତି । ବିଶେଷ କରି କରୋନା ମୁକାବେଲାରେ କୋଣାର୍କବାସୀଙ୍କ ସଚେତନତା ଓ ସହଯୋଗ ବେଶ ପ୍ରଶଂସନୀୟ ବୋଲି ଜିଲ୍ଲାପାଳ ଜାଣିବାକୁ ପାଇଛନ୍ତି ବୋଲି ପ୍ରକାଶ କରିଥିଲେ।କୋଣାର୍କ ଆଗାମୀ ଦିନରେ ଯେଉଁ ନୂତନ ରୂପରେ ଆସିବାକୁ ଯାଉଛି ତାହାକେବଳ କୋଣାର୍କବାସୀ ଙ୍କୁ ଗୌରବାନ୍ୱିତ କରିବ। ବିକାଶ ପାଇଁ ସହଯୋଗ ଭୁମିକା ବେଶ ଗୁରୁତ୍ୱ ପୂର୍ଣ୍ଣ ଅଟେ।କୋଣାର୍କ ବାସୀ କୋଣାର୍କ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ରେ ସହଯୋଗ ଏକ ନୂତନ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ଆଶାବ୍ୟକ୍ତ କରିଛନ୍ତି। ତେଣୁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କୁ ଅଂଚଳର ବିକାଶରେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିବା ସହ ସମସ୍ତଙ୍କ ର ସହଯୋଗ କାମନା କରିଛନ୍ତି।
Comments are closed.