କୋଣାର୍କ- ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ଅର୍କକ୍ଷେତ୍ର କୋଣାର୍କରେ ଏତେଦିନ ପରେ ଜଣେ ସିଙ୍ଘମ୍ ଭଳି ପୋଲିସ୍ ଅଫିସର ଙ୍କୁ ଅଂଚଳ ବାସୀ ମାନେ ଦେଖିବାକୁ ପାଉଛନ୍ତି । ସେ ନୂତନ ଭାବରେ ଦାୟୀତ୍ୱ ନେଇଥିବା ଜଣେ ନିର୍ଭିକ ଓ କର୍ମଠ ସମ୍ପର୍ଣ୍ଣ ବ୍ୟକ୍ତି ବୋଲି ଯାହା ତାଙ୍କର କାର୍ଯ୍ୟଧାରାକୁ ନେଇ ଅଂଚଳ ସାରା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ଅର୍କକ୍ଷେତ୍ର କୋଣାର୍କର ମୁଖ୍ୟ ସମସ୍ୟା ଗୁଡିକ ମଧ୍ୟରୁ ଟା୍ରଫିକ ସମସ୍ୟା ବଡ ସଙ୍ଗୀନ ଥିଲା । ପର୍ଯ୍ୟଟନ ରତ୍ୁ ଚାଲୁଥିବାରୁ ଏଠାକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ମାନଙ୍କର ସମାଗମ ହେଉଛି ଏବଂ ସେମାନେ ଯେଉଁ ଯାନବାହାନରେ ଆସୁଛନ୍ତି ମନଇଛା ରାସ୍ତାର ଉଭୟ ପାଶ୍ୱର୍ ଓ ହୋଟେଲ ପାଶ୍ୱର୍ରେ ରଖି ହୋଟେଲ ରେ ଖାଇ ସୂର୍ଯ୍ୟମନ୍ଦିରକୁ ବୁଲିବାକୁ ଯାଉଥିଲେ ଏବଂ ସେମାନେ ଫେରିବା ବେଳକୁ ଦୀର୍ଘ ସମୟଧରି ବସ୍ ଓ କାର ଗୁଡିକ ଘନ୍ଟା ଘନ୍ଟା ଧରି ହୋଟେଲ ନିକଟ ଓ ରାସ୍ତା ପାଶ୍ୱର୍ରେ ରହି ଟା୍ରଫିକ ସମସ୍ୟା ସୃଷ୍ଟି କରୁଥିଲା ଯାହାଦ୍ୱାରା ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ କ୍ଷୟ ହେଉଥିଲା । ଏହି ବିଷୟର ପୂର୍ବରୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କି ପୋଲିସ କର୍ମଚାରୀ ମାନେ ଏ ଦିଗ ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନଥିଲେ । କିନ୍ତୁ ନୂତନ ଭାବରେ ଗତ ୧୫ଦିନ ପୂର୍ବରୁ ଯୋଗଦେଇଥିବା ଥାନା ଅଧିକାରୀ ରଞନ କୁମାର ମଲ୍ଲିକ ଏହି ଦିଗପ୍ରତି ଦୃଷ୍ଟି ଦେଇ ଏହି ଗାଡିଗୁଡିକ ରାସ୍ତା ପାଶ୍ୱର୍ ଓ ହୋଟେଲ ସାମ୍ନାରୁ ହଟାଇ ହେଲିପ୍ୟାଡ ରେ ପାର୍କିଂ ପାଇଁ ନିଦେ୍ର୍ଦଶ ଦେବାସହ ରବିବାର ସକାଳୁ ଗାଡିଗୁଡିକୁ ରାସ୍ତାରୁ ଅପସାରଣ କରାଉଥିବା ଦେଖାଯାଇଥିଲା । ଯାହା ଦ୍ୱାରା ରବିବାର ଛୁଟିଦିନରେ ରାସ୍ତାଘାଟ ଜାମ ରୁ ବର୍ତିଥିଲା । ଶୀ୍ର ମଲ୍ଲିକ ଥାନାରେ ଯୋଗଦେବା ଠାରୁ ଥାନାର ଆଇନ ଶୃଙ୍ଖଳା ଠିକ୍ ଚାଲିବାସହ ଥାନାରେ ଦଲାଲ ମାନଙ୍କର ରାଜ୍ କମିବାରେ ଲାଗିଛି । ୫-ଟି ଶାସନରେ ଅନୁପା୍ରଣିତ ହୋଇ ଶୀ୍ର ମଲ୍ଲିକ କାର୍ଯ୍ୟ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଣେ ଏତଲାକାରୀ ପ୍ରକାଶ କରିଛନ୍ତି । ଏବଂ ଆଗକୁ ଥାନାକୁ ଆସୁଥିବା ସାଧାରଣ ନିରୀହ ଲୋକଙ୍କୁ କିପରି ଉଚିତ୍ ନ୍ୟାୟ ପ୍ରଦାନ କରାଯିବ ସେ ଦିଗପ୍ରତି ଧ୍ୟାନ ଦେବାକୁ ସେ ତାଙ୍କର ସମସ୍ତ ତଲ କର୍ମଚାରୀ ମାନଙ୍କୁ ନିଦେ୍ର୍ଧଶ ଦେବାସହ ଅଂଚଳରୁ ଚୋରୀ,ରାହାଜାନି , ଦେହ ବ୍ୟବସାୟ ଓ ବିଭିନ୍ନ ପ୍ରକାର ମାରାତ୍ମକ ନିଶା କାରାବାର ପ୍ରତି ଦୃଷ୍ଟି ଦେଇ ଅଙ୍କୁଶ ଲଗାଯିବା ସହ ଆଗକୁ କୋଣାର୍କ ଥାନା ଆମ ପୋଲିସ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି ।