କୋଣାର୍କ : ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା ପରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜିଲ୍ଲା ର ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବୁଧବାର ଅପରାହ୍ନରେ କୋଣାର୍କ ରେ ପହଞ୍ଚି ହେବାକୁ ଥିବା ବିକାଶର ଭିତ୍ତିଭୂମି କୁ ଅନୁଧ୍ୟାନ କରିଛନ୍ତି କୋଣାର୍କର ଚର୍ତ୍ତୃପାର୍ଶ୍ଵ କୁ ପର୍ଯ୍ୟଟକଙ୍କ ଆକୃଷ୍ଟ ପାଇଁ ସୌନ୍ଦର୍ଯ୍ୟରଣ କରାଯିବା ସହ ମନ୍ଦିର ଠାରୁ ୩୦ ଏକର ଏରିଆକୁ ସଂପୂଣ୍ଣ ମୁକ୍ତ ରଖାଯାଇ ଏହାକୁ ବିକାଶ କରାଯିବ ବୋଲି ଜଣାପଡିଛି। ।
ତାହା ସହିତ ସହର ରେ ଟ୍ରାଫିକ ସମସ୍ୟା କୁ ହଟାଇବା ପାଇଁ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା ସହ ଏକ ୬ଲେନେ ବିଶିଷ୍ଟ ରିଂ ରୋଡ଼ କରାଯିବାକୁ ଆଗରୁ ଯୋଜନା ପ୍ରସ୍ତୁତ କରାଯାଇଛି। ତାହାକୁ ବାସ୍ତବ ରୂପରେଖ ଦେବା ଓ ଖୁବ ଶ୍ରୀଘ୍ର କାର୍ଯ୍ୟକାରିକରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ଅଧିକାରୀ ମାନେ ଅଞ୍ଚଳ ର ବିଭିନ୍ନ ସ୍ଥାନ ବୋଲି ଦେଖିଛନ୍ତି। । ଏଠାରେ ସୂଚନା ଥାଉକି ଆପାତ ୫୦ କୋଟି ଟଙ୍କା ଅଟକଳରେ ନିର୍ମାଣ ହେବାକୁ ଥିବା ରିଂ ରୋଡ଼ କାର୍ଯ୍ୟ ପ୍ରଥମେ ଆରମ୍ଭ ହେବାକୁ ଯୋଜନା ଚାଲୁଛି ଯାହାର ମାଷ୍ଟର ପ୍ଲାନ ଡ୍ରଇଙ୍ଗି ଧରି ଜିଲ୍ଲାପାଳ ରିଂ ରୋଡ ହେବାକୁ ଥିବା ଅଞ୍ଚଳ ମାନ ବରିଷ୍ଠ ଅଧିକାରୀଙ୍କ ସହ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରି ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା ବରିଷ୍ଠ ଅଧିକାରୀ ମାନଙ୍କ ସହ କରିଛନ୍ତି। ରିଂ ରୋଡ଼ ହେଲେ କେଉଁ କେଉଁ ମାନେ ଉଚ୍ଛେଦ ହେବେ ଓ କେତେ ସରକାରୀ ଘର ଓ ଘରୋଇ ବାସ ଗୃହ ଏବଂ ବ୍ୟବସାୟୀ କ୍ଷେତି ଗ୍ରସ୍ତ ହେବ ସେ ବିଷୟରେ ସମସ୍ତ ତଥ୍ୟ ସ୍ଥାନୀୟ ତହସିଲିଦାର ଓ ବରିଷ୍ଟ ସ୍ଥାନିୟ ଅଧିକାରୀ ତୁରନ୍ତ ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।
ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀ ଙ୍କୁ ଉପଯୁକ୍ତ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଅଞ୍ଚଳର ସବୁ ଜନସାଧାରଣ ମାନେ କୋଣାର୍କ ବିକାଶ ଓ ସୌନ୍ଦର୍ଯ୍ୟକରଣରେ ସହଯୋଗ କରିବାକୁ ଜିଲ୍ଳାପାଳ ଶ୍ରୀ ବର୍ମା ସମସ୍ତଙ୍କୁ ନିବେଦନ କରିଛନ୍ତି। ଯାହାଦ୍ଵାରା କୋଣାର୍କ ପରିଦର୍ଶନ ରେ ଅଧିକ ପର୍ଯ୍ୟଟକ ଆସିପାରିବେ ଏବଂ ଅଞ୍ଚଳର ଅର୍ଥ ନୈତିକ ବିକାଶ ତୋରାନ୍ନିତ ହୋଇପାରିବ। ଯେଉଁ ରିଂ ରୋଡ଼ ନିର୍ମାଣ କରାଯିବ ତାହାର ଉଭୟ ଏଣ୍ଟ୍ରାନ୍ସ ପାର୍ଶ୍ୱରେ ଉଚ୍ଛେଦ ବ୍ୟବସାୟୀ ଙ୍କୁ ଭେଣ୍ଡିଙ୍ଗି ଜୋନ ମାଧ୍ୟମ ରେ ଥଇଥାନ କରାଯିବ । ଏଠାରେ ସୂଚନା ଥାଉକି ହେବାକୁ ଥିବା ପ୍ରସ୍ତାବିକ ରିଂରୋଡ଼ ଚନ୍ଦ୍ରଭାଗା ଗୋଲେଇଛକ ରୁ ଲାବଣ୍ୟ ଛକ ପର୍ଯ୍ୟନ୍ତ ୨ ହଜାର ମିଟର ରାସ୍ତା ୬ଲେନ ,କୋଣାର୍କ- କାକଟପୁର ରାସ୍ତାକୁ ସଂଯୋଗ କରୁଥିବା ୮ଶହ ୩୩ମିଟର ରିଂ ରୋଡ଼ ରାସ୍ତା ମଧ୍ୟ ୬ଲେନ ବିଶିଷ୍ଟ କରାଯିବ ।
ଲାବଣ୍ୟ ଛକରୁ କୋଣାର୍କ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପର୍ଯ୍ୟନ୍ତ ଥିବା ୨୭୦ ମିଟର ରାସ୍ତା ୪ଲେନ କରାଯିବାକୁ ଯୋଜନା ହୋଇଛି। କୋଣାର୍କ- କାକଟପୁର ରାସ୍ତା ରିଂ ରୋଡ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଥିବା ୨୩୧ ମିଟର ରାସ୍ତା ୪ ଲେନ ଓ କୋଣାର୍କ କାକଟପୁର ରାସ୍ତା ରିଂ ରୋଡ ଠାରୁ ମେଡିକାଲ ପଛ ଓ ଯାତ୍ରୀ ନିବାସ ପାଚେରୀ କଡ଼ ଦେଇ ଥାନା ଛକ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ହେବାକୁ ଥିବା ୧୧ଶହ ୩୬ମିଟର ରାସ୍ତା ୬ ଲେନ ବିଶିଷ୍ଟ କରାଜିବାକୁ ପ୍ରସ୍ତାଵ ରହିଛି।ସେହି ଭଳି ଆଶ୍ରମ ସ୍କୁଲ ଠାରୁ ଥାନା ପଛ ଓ ମଙ୍ଗୁଳିଶ୍ୱର ନିକଟ ଦେଇ ହେଲିପ୍ୟାଡ଼ ନିକଟ ରେ ମିଶିବାକୁ ଥିବା ୧୪ ଶହ ୭୦ମିଟର ରାସ୍ତା ୧୫ଫୁଟ ଓସାର ନିର୍ମିତ ହେବ ବୋଲି ଜାଣିବାକୁ ମିଳିଛି। ଜିଲ୍ଲାପାଳ ଙ୍କ ସହ ଏହି ଗ୍ରସ୍ତରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାସ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ସ୍ଥାନୀୟ ତହସିଲଦାର, କୋଣାର୍କ ଏନ ଏ ସି ର ନିର୍ଵାହୀ ଅଧିକାରୀ ଏମ୍ ଶ୍ରୀ ନିବାସ, ଆଇଓସିଏଲ ର ଅଧିକାରୀ ସନ୍ତୋଷ ରଂଜନ ଦାସ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ସହ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲି ଥିଲେ।