Odisha news

ଆରମ୍ଭ ହେଲା ସୂର୍ଯ୍ୟ ମନ୍ଦିର ର ଲାଇଟି ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ

0
କୋଣାର୍କ :  କରୋନା ମହାମାରୀ ପାଇଁ ଦୀର୍ଘ ୯ମାସ ଧରି ବନ୍ଧ ହୋଇ ରହିଥିବା ଲାଇଟ ଆଣ୍ଡ ସାଉଣ୍ଡ ପୋଗ୍ରାମ ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ଆନୁଷ୍ଠାନିକ ଭାବେ ମଙ୍ଗଳବାର ଦିନ ଚାଳିତ ମେସିନୀକୁ ପ୍ରଥମେ ଠିକ ଠାକ କରାଯାଇ ବୁଧବାର ସନ୍ଧ୍ୟାରେ ପର୍ଯ୍ୟଟକ ମାନନଙ୍କ ନିମନ୍ତେ ଚାଲୁ କରାଯାଇଥିଲା ପ୍ରଥମ ଦିନ ରେ ୩୫ ଜଣ ପର୍ଯ୍ୟଟକ  ୫୦ଟଙ୍କାର ଟିକେଟ କାଟି କୋଭିଡି କଟକଣା ମାନି ସମାନତା ରକ୍ଷା କରି ଲାଇଟି ଆଣ୍ଡ ସାଉଣ୍ଡ ପୋଗ୍ରାମକୁ ଉପଭୋଗ କରୁଥିବା ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଥାଉକି ଏହି ପୋଗ୍ରାମରେ ସୂର୍ଯ୍ୟମନ୍ଦିରର କିମ୍ବଦନ୍ତୀ ପୌରାଣିକ ନାଟକ ଦ୍ଵାରା ଓଡ଼ିଆ ,ହିନ୍ଦୀ ଓ ଇଂଲିଶ ଭାଷା ରେ ଲାଇଟି ଆଣ୍ଡ ସାଉଣ୍ଡ ରେ ପଦର୍ଶିତ କରାଯାଉଛି ।ଯାହା କୁ ପର୍ଯ୍ୟଟକମାନେ ବେଶ ଉପଭୋଗ କରୁଛନ୍ତି। ଆଗାମୀ ଦିନରେ ପର୍ଯ୍ୟଟକ ଙ୍କ ଆଗମଙ୍କୁ ଦୁଷ୍ଟି ରେ ରଖି ଏହି ପୋଗ୍ରାମକୁ ସନ୍ଧ୍ୟାରେ ଦୁଇ ଟାଇମ କରାଯିବ ବୋଲି ପର୍ଯ୍ୟଟନ ଅଧିକାରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି।
IEC 2 years
Leave A Reply