କୋଣାର୍କ : ପର୍ଯ୍ୟଟନ ୠତୁ ଆରମ୍ଭ ହୋଇଯାଇଥିବାରୁ ପ୍ରତିଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ହଜାର ହଜାର ପର୍ଯ୍ୟଟକ କୋଣାର୍କ କୁ ଆସୁଛନ୍ତି।କିନ୍ତୁ ଏଠାରେ ଅଫଲାଇନି ଟିକେଟ ବନ୍ଦ କରାଯାଇ ଦିନକରେ ଅନଲାଇନ ଟିକେଟ ବ୍ୟବସ୍ଥା କୁ ସୀମିତ କରାଯାଇଥିବାରୁ ଅଧିକ ପର୍ଯ୍ୟଟକ ମାନେ ମନ୍ଦିର ପରିଦର୍ଶନ ନକରି ଫେରୁଥିବା ପରିଲକ୍ଷିତ ହୋଇଛି ।
ଏ ନେଇ ପର୍ଯ୍ୟଟକଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖାଯାଉଛି । ରବିବାର ଦିନ ହଜାର ହଜାର ପର୍ଯ୍ୟଟକ ମାନେ ଅନଲାଇନ ଟିକେଟ କରି ନପାରି ଫେରୁଥିବାର ପରିଲକ୍ଷିତ ହୋଇଥିଲା ଯାହାର ଖବର ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଉଥିଲେବି ସ୍ଥାନୀୟ ଏଏସଆଇ ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଘୋର ଅସନ୍ତୋଷ ପ୍ରକାଶ କରି ମନ ଦୁଃଖ ରେ ଫେରୁଛନ୍ତି। ସରକାର ଙ୍କ ଗାଇଡ଼ ଲାଇନି ଓ କୋଭିଡ଼ି କଟକଣା କୁ ପାଳନ କରି ସେପ୍ଟେମ୍ବର ୧ରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲାଯାଇଛି ।ଏବଂ ଗୋଟିଏ ଦିନରେ ମନ୍ଦିର ଭିତରକୁ ଅନଲାଇନ ଟିକେଟ କରି ୨୫୦୦(ହଜାର) ପର୍ଯ୍ୟଟକ ଙ୍କୁ ଛାଡିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି। ରବିବାର ଛୁଟି ଦିନ ହୋଇ ଥିବାରୁ ମନ୍ଦିର ପରିଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦,୦୦୦ ହଜାରରୁ ଅଧିକ ପର୍ଯ୍ୟଟକ ଙ୍କ ସମାଗମ ହୋଇଥିଲା ,ସେମାନଙ୍କ ମଧ୍ୟରୁ କେତେକଙ୍କ ପାଖରେ ସ୍ମାର୍ଟ ଫୋନ ନଥିବାରୁ ସେମାନେ ଅନଲାଇନ ଟିକେଟ କରିପାରି ନିରାଶ ହୋଇ ଫେରିଥିଲେ। ପର୍ଯ୍ୟଟକ ମାନେ ଧାଡ଼ିଧରି ଘଣ୍ଟା ଘଣ୍ଟା ଧରି ମନ୍ଦିରର ମୂଖ୍ୟ ଫାଟକ ପାଖରେ ଠିଆହୋଇ ନିରାଶ ହୋଇ ଫେରିବାକୁ ନେଇ ଘୋର ଅସନ୍ତୋଷ ଦେଖାଦେଇଥିଲା ।
କିନ୍ତୁ ଯେଉଁ ମାନ ଙ୍କ ପାଖରେ ଆନଡ୍ରଏଡ଼ ଫୋନ ଥିଲା ସେମାନେ ବି ଅନଲାଇନ ଟିକେଟ ସୀମିତ ଥିବାରୁ ନିରାଶ ହୋଇ ଫେରିଥିଲେ ।ରବିବାର ଦିନ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖି ଅନଲାଇନ ଟିକେଟକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଥିବା ବେଳେ ଏହାର ସୁଯୋଗ ନେଇ ଅନଲାଇନି ଟିକେଟକୁ ସ୍ଥାନୀୟ କିଛି ଯୁବକ ଏଏସଆଇ ର କିଛି ତଳିଆ କର୍ମଚାରୀ ଙ୍କୁ ହାତ ବାରିସୀ କରି ଅନଲାଇନିର ୩୫ଟଙ୍କା ଟିକେଟ କୁ ୮୦, ୧୦୦ଟଙ୍କାରେ ବିକ୍ରି କରୁଥିବା ଓ କଳା ବଜାରୀର ଶିକାର ହୋଇଥିବା ଛତିସଗଡ଼ ଓ କଲିକତା ର କିଛି ପର୍ଯ୍ୟଟକ ଅଭିଯୋଗ କରିଛନ୍ତି ।ଯେଉଁ ପର୍ଯ୍ୟଟକ ମାନେ ଟିକେଟ ପାଇ ନଥିଲେ ସେମାନେ ନିରାଶ ହୋଇ ହୋହଲା କରିଥିଲେ। ବର୍ତ୍ତମାନ କୋଣାର୍କ ରେ ଇକୋ ରିଟ୍ରିଟି ଉତ୍ସଵ ଚାଲୁଥିବାରୁ ପ୍ରତିଦିନ କୋଣାର୍କ କୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହେଉଛି। ପର୍ଯ୍ୟଟକ ମାନେ ହଜାର ହଜାର ଟଙ୍କା ଖର୍ଚକରି ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସି ଏପରି ନିରାଶ ହୋଇ ଫେରିବା କୁ ନେଇ ସେମାନେ ଘୋର ପ୍ରତିକ୍ରିୟାଶୀଳ ହୋଇଥିବା ଦେଖାଯାଉଛି। ।
କେନ୍ଦ୍ରସରକାର ଙ୍କ ଏଏସଆଇ ର ବରିଷ୍ଠ ଅଧିକାରୀମାନେ ଅଗାମୀ ଦିନରେ ହେବାକୁ ଥିବା ଭିଡକୁ ନଜରରେ ରଖି ତୁରନ୍ତ ଏହି ଅନଲାଇନ ଟିକେଟ କୁ ବନ୍ଦ କରି ଅଫ ଲାଇନିରେ ସମସ୍ତ ଟିକେଟ ବ୍ୟବସ୍ଥା କରିବା ସହ ସରକାରଙ୍କର କୋଭିଡ଼ି ଗାଇଡି ଲାଇନି ମାନି ମାସ୍କ ଓ ସାନିଟାଇଜର ବ୍ୟବହାର କରି କୋଣାର୍କ କୁ ଆସୁଥିବା ସବୁ ପର୍ଯ୍ୟଟକ ଙ୍କୁ ମନ୍ଦିର ଭିତରକୁ ଛାଡିବା ପାଇଁ ପୁରୀ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କୁ ସୁପାରିଶ କରିବାକୁ ସ୍ଥାନୀୟ ବୁଦ୍ଧି ଜୀବୀ ମାନେ ଦାବି କରୁଛନ୍ତି।
