କୋଣାର୍କ : ଶନିବାର ପୂର୍ବାହ୍ନ ରେ ଚନ୍ଦ୍ରଭାଗା ମେରାଇନି ଥାନା ଠାରୁ ୧କିମି ଦୂରରେ ମେରାଇନି ଡ୍ରାଇଭି ରୋଡ ରେ ମଟରସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣା ହେବା ଦ୍ବାରା ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। କୋଣାର୍କ ଥାନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ବାଇଧର ମହାପାତ୍ର(୫୬) ଯେକି କୋଣାର୍କ ଡାକ୍ତରଖାନାର ଡ୍ରେସର କର୍ମଚାରୀ ଅଟନ୍ତି। ସେ ତାଙ୍କ ଗାଁ ଚନ୍ଦନପୁର ପଣ୍ଡାସାହି ପୁରୀ ରୁ ନିଜ ମଟରସାଇକେଲ ରେ କୋଣାର୍କ ନିଜ କାର୍ଯ୍ୟ ସ୍ଥଳ କୁ ଫେରୁଥିବାବେଳେ ମେରାଇନି ଡ୍ରାଇଭି ରାସ୍ତା କାମ ପାଇଁ ଠିକାଦାର ଦ୍ୱାରା ଥୁଆ ହୋଇଥିବା ଗୋଡ଼ି ଉପରେ ତାଙ୍କ ବାଇକ ଚଢ଼ି ଯିବାରୁ ବାଇକିର ଚକା ସ୍ଲିପ କରିଥିଲା ଫଳରେ ଗାଡିଟି ବେଗଥିବାରୁ ସେ ଗାଡିକୁ ରୋକିବାର ବିଫଳ ହୋଇ ରାସ୍ତା ଉପରେ ଛିଟିକି ପଡି ଯାଇ କାନ ଓ ମୁଣ୍ଡରେ ଗଭୀର ଆଘାତ ପାଇ ତଳେ ପଡିରହିଥିଲେ।ଖବର ପାଇ କୋଣାର୍କ ଥାନା ପିସିଆର ତାଙ୍କୁ ଉଦ୍ଧାର କରି କୋଣାର୍କ ଡାକ୍ତରଖାନା ନେଇଥିଲେ ।କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।କୋଣାର୍କ ପୋଲିସ ପକ୍ଷରୁ ୧୫୭/୨୦ରେ ଏକ ମାମଲା ରୁଜୁ କରାଯାଇ ଦୁର୍ଘଟଣା ଗ୍ରସ୍ତ ବାଇକିକୁ ଜବତ କରାଯିବା ସହ ମୃତ ଦେହକୁ ପଞ୍ଚନାମା ପାଇଁ ଚାରିଛକ ମେଡିକାଲ ପଠାଇ ତଦନ୍ତ କରାଯାଉଥିବା କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଥାଉକି ଏନଏଚ ଉପରେ କୌଣସି ବାଲି ଗୋଡି କିମ୍ବା ପଥର ରଖି କାର୍ଯ୍ୟ କରିବାକୁ ନିଷେଧ ଥିବା ବେଳେ ଠିକାଦାର ର ମନମୁଖୀ କାର୍ଯ୍ୟ ଯୋଗୁଁ ରାସ୍ତାରେ ଜମା ହୋଇଥିବା ଗୋଡି ଜଣଙ୍କର ଜୀବନ ନେଲା ବୋଲି ଅଭିଯୋଗ ହେଉଛି। ତେଣୁ ବିଭାଗ ମୃତ ଲୋକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।