କୋଣାର୍କ : ଓଡିଶା ପର୍ଯ୍ୟଟନ ବିଭାଗ ନିବେଦିତ ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡିଶା ସଙ୍ଗୀତ ଏକାଡେମୀ ସହଯୋଗରେ ମଙ୍ଗଳବାର ଶୀତୁଆ ସନ୍ଧ୍ୟାରେ ଅର୍କକ୍ଷେତ୍ର ସୁର୍ଯ୍ୟ ମନ୍ଦିର ପାଦ ଦେଶର ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି ୩୧ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସଵ ଯହାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ ମୋଡ଼ରେ ଶୁଭ ଉଦଘାଟନ କରି କୋଣାର୍କ ଉତ୍ସଵର ସଫଳତା କାମନା କରିଥିଲେ।
ମଞ୍ଚ ଉପରେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ ତଥା କ୍ରୀଡା ଓଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ, ରାଜ୍ୟ ମୁଖ୍ୟ ଶାଶନ ସଚିବ ଅସିତ ତ୍ରିପାଠୀ, ପର୍ଯ୍ୟଟନ ବିଭାଗ କମିଶନର ଓ ସଚିବ ଵିଶାଲ କୁମାର ଦେବ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ପର୍ଯ୍ୟଟନ ନିଗମର ଅଧକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ କରି ନୃତ୍ୟ ଉତ୍ସଵ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ।। କରୋନା କଟକଣା ପାଇଁ ଗ୍ୟାଲେରୀ ରେ ଏକ ତୃତୀୟାଂଶ ଦର୍ଶକ ଙ୍କ ଉପସ୍ଥିତ ରେ ମଞ୍ଚ ରେ ଓଡିଶା ଡ୍ୟାନ୍ସ ଏକାଡେମୀର ଶିଳ୍ପୀ ଗଣ ପ୍ରଥମେ ପରିବେଷଣ କରିଥିଲେ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ଶିବମ ଧୀମହୀ ,ଯାହାକୁ ନିଖୁଣଭାବେ ମଞ୍ଚରେ ବାଢି ଦେଇଥିଲେ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ବାରା ପ୍ରଶିକ୍ଷଣ ଶିଳ୍ପୀ ମାନେ।
ପରେ ପରେ ଭାରତ ନାଟ୍ୟମ ନୃତ୍ୟ କୁ ମଞ୍ଚରେ ପରିବେଷଣ କରିଥିଲେ ଡ଼. ଶିଲା ଉନ୍ନିକ୍ରିଷ୍ଣନ ଓ ଶ୍ରୀ ଦେବୀ ନୃତ୍ୟାଳୟ ର ଶିଳ୍ପୀ ଗଣ ଯାହାକୁ ଗ୍ୟାଲେରୀ ରେ ଥିବା ଦର୍ଶକ ବେଶ ଉପଭୋଗ କରିଥିଲେ। କୋଣାର୍କ ଉତ୍ସଵ ପ୍ରରିପ୍ରେକ୍ଷି ରେ ଚନ୍ଦ୍ରଭାଗାର ସ୍ବଣ୍ଣାଭ ବାଲୁକା ରାଶିରେ ୨୫ଟି ବାଲୁକା ସ୍ତୁପରେ ନିଖୁଣ ବାଲୁକା ଶିଳ୍ପୀଙ୍କ ଦ୍ଵାରା ପ୍ରଦଶନ କରାଯାଇଛି ବାଲୁକା କଳା ଯାହାକୁ ଆମନ୍ତ୍ରିତ ଅତିଥିମାନେ ପ୍ରଥମେ ଚନ୍ଦ୍ରଭାଗା ଯାଇ ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଡ଼ଃ ମୃତଞ୍ଜୟ ରଥ ଓ ସଂହତି ପାଣି ସଂଯୋଜନା କରିଥିଲେ। ପୁରୀ ଏସ୍ପି କନୱାର ବିଶାଲ ସିଂ ନିଜେ କୋଣାର୍କ ଉତ୍ସଵ ରେ ଉପସ୍ଥିତ ରହି ଆଇନିଶୃଙ୍କଳା ତଦାରଖ କରିଥିଲେ । ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ମଞ୍ଚପାଖରେ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।

