Odisha news

ତିନି ବର୍ଷ କୁନି ଝିଅ ର ଚିକିତ୍ସା ପାଇଁ ବାପା ମାଙ୍କ ଆକୁଳ ନିବେଦନ

0

କୋଣାର୍କ : ଗୋପ ବ୍ଲକ ଅନ୍ତର୍ଗତ ଗଡଭିଙ୍ଗୁରା ପଞ୍ଚାୟତ ର ପାଇକପଡା ଗ୍ରାମର ଚିତ୍ରସେନ ଦାସ ଙ୍କ ଝିଅ ସୁଭଦ୍ରା ଦାସ(୩)ବର୍ଷ ଯେକି ବୋନ କ୍ୟାନସରରେ ଆକ୍ରାନ୍ତ।ତାର ବାମ ପଟ ଆଣ୍ଠୁ ଟି ଅସ୍ଵାବବିକ ଭାବେ ଫୁଲିବାରେ ଲାଗୁଛି ଯାହା ପାଇଁ କୋମଳ ଶିଶୁକନ୍ୟା ଯନ୍ତ୍ରଣା ରେ ଛଟ ପଟ ହୋଇ କଷ୍ଟ ଅନୁଭବ କରୁଛି।ଶିଶୁକନ୍ୟା ର ପିତା ଚିତ୍ରସେନ ଝିଅକୁ ପୁରୀର ଏକ ଡାକ୍ତର ଙ୍କୁ ଦେଖାଇବାରୁ ସେ ପରୀକ୍ଷା କରି କହିଲେ ଝିଅକୁ ବୋନ କ୍ୟାନସର ହୋଇଛି ତାକୁ ତୁରନ୍ତ କଟକ ନେଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ।ତାଙ୍କ ପିତା ଚିତ୍ରସେନ ଜଣେ ଗରିବ ଓ ଦିନ ମଜୁରିଆ ହୋଇଥିବାରୁ ଝିଅର ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ହୋଇପଡିଛନ୍ତି।

କିଭଳି ଭାବେ ନିଜ ୩ବର୍ଷ ର ଝିଅ କୁ କଟକ ବଡ଼ମେଡିକାଲ ନେଇ ଚିକିତ୍ସା କରାଇବେ ସେଥିପାଇଁ ଉଭୟ ଦମ୍ପତି ପୁରା ଚିନ୍ତାରେ ଭାଙ୍ଗି ପଡିଛନ୍ତି ଓ ଘରେ ଚୁଲି ଜଳିବା ବନ୍ଦ ହୋଇଛି। ତାଙ୍କୁ ସରକାର କି ବଦାନ୍ୟ ଵେକ୍ତି ବିଶେଷ ଆର୍ଥିକ ସାହାଯ୍ୟ କଲେ ସେ ତାଙ୍କ କୁନି ଝିଅର ଚିକିତ୍ସା କରିପାରିବେ ବୋଲି ଆକୁଳ ନିବେଦନ କରିଛନ୍ତି ଝିଅ ସୁଭଦ୍ରାର ମା ଲତା ଭୋଇ। ତେଣୁ ରାଜ୍ୟ ସରକାର ଦୟା ପରଶ ହୋଇ ଏହି ଗରିବ ଦଳିତ ପରିବାର ର କୋମଳ ମତି ଶିଶୁକନ୍ୟା ର ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ଗ୍ରାମବାସୀ ମା ନେ ସରକାରଙ୍କୁ ନିବେଦନ କରିଛନ୍ତି।

IEC 2 years
Leave A Reply