Odisha news

ବେଲେଶ୍ୱର ସମୁଦ୍ରରେ ଭାସି ଯାଇଥିବା ଯୁବକର ଶବ ଉଦ୍ଧାର

0
କୋଣାର୍କ(sangram keshari mohapatra ) : ଗତ ରବିବାର ପୂର୍ବାହ୍ନରେ ୩ଜଣ ସାଙ୍ଗମାନଙ୍କ ସହ  ମିଶି ଚନ୍ଦ୍ରଭାଗା ମେରାଇନି ଥାନା ଅନ୍ତର୍ଗତ ବେଲେଶ୍ୱର  ସମୁଦ୍ରରେ ଗାଧୋଉଥିବା ପୁରୀ ପେଣ୍ଟକଟା ଅଂଚଳର ଚନ୍ଦ୍ରଶେଖର ରାଏ(୧୯)ବର୍ଷ ନାମକ ଯୁବକ ସମୁଦ୍ରରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଅନ୍ୟ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେବି ,ଉଦ୍ଧାର କରିପାରିନଥିଲେ।
ତାଙ୍କ ପରିବାର ଏହା ଜାଣିବା ପରେ ଚନ୍ଦ୍ରଭାଗା ଥାନାରେ ପୁଅ ସମୁଦ୍ରରେ ନିଖୋଜ ହୋଇଥବା ଲିଖିତ ଆକାରରେ ଜଣାଇଥିଲେ। ସୋମବାର ଦିନ ଉକ୍ତ ଯୁବକର ଗଳିତ ଶବ ବେଲଶ୍ବର ସମୁଦ୍ର ଠାରୁ ୪କିମି ଦୂରରେ ସମୁଦ୍ର ପଟା ବାଲିରେ ଲାଗିଥିଲା ଖବର ପାଇ ମେରାଇନି ଥାନାଅଧିକାରିଣୀ ନିଳିମା ପଟ୍ଟନାୟକ ତାଙ୍କର ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି  ମୃତ ଯୁବକର ପରିବାର ଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରିବାସହ  ଏକ ଅପମୃତ ମାମଲା ରୁଜୁକରି ପଂଚନାମା ପାଇଁ ପୁରୀ ବଡ ଡାକ୍ତରଖାନା ପଠାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।
Nalco
Leave A Reply