କୋଣାର୍କ (sangram keshari mohapatra ) : କୋଣାର୍କ ନିକଟସ୍ଥ ସମାକୁଲା ଗ୍ରାମ ମହାବୀର ଯୁବକ ସଙ୍ଘ ପକ୍ଷରୁ ମହାପୁରୁଷ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପବିତ୍ର ଜନ୍ମ ତିଥିରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକକର୍ମୀ ଜ୍ଞାନ ରଞ୍ଜନ ବିଶ୍ୱାଳ ଓ ପରିବେଶପ୍ରେମୀ ବିଦ୍ୟାଧର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାକୁଲା ଗ୍ରାମର ମହାବୀର ଯୁବକ ସଙ୍ଘ ଓ ମହିଳା ସଙ୍ଘ ମିଳିତ ସହଯୋଗରେ ଆମ ପରିବେଶ ଆମ ହାତରେ ସ୍ଲୋଗାନ ନେଇ ୫୦୦ ବୃକ୍ଷ ରୋପଣ ହୋଇଯାଇଛି।
ଗ୍ରାମରେ ଏକତା ବଜାୟ ରଖିବା ସହ ପରିବେଶ ସୁରକ୍ଷା ନେଇ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମରେ ଖାଲି ପଡିଥିବା ସ୍ଥାନର ସୁରକ୍ଷା ଓ ମୁଖ୍ୟ ରାସ୍ତା ଠାରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କଡର ଶୋଭା ବଢାଇବା ପାଇଁ ବ୍ୟାପକ ଆକାଶୀ ଓ କୃଷ୍ଣଚୁଡା ବୃକ୍ଷ ରୋପଣ ହୋଇଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମ୍ବାଦିକ ଭାଗିରଥି ସ୍ୱାଇଁ, କୁନାଲ ପାତ୍ର, ବିବୁନା କାଣ୍ଡି, ହାପିନା ନାୟକ, ରମେଶ ବେହେରାଙ୍କ ସମେତ ମହିଳା ସଙ୍ଘ ପକ୍ଷରୁ ମଧୁସ୍ମିତା, ବେନିନା, ନନ୍ଦିନୀ, ଝିନା ଓ କାଜଲ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିବା ବେଳେ ମହାବୀର ଯୁବକ ସଙ୍ଘର ସ୍ବେଚ୍ଛାସେବୀ ମାନେ ପରିଚାଳନା କରିଥିଲେ ।
