ଚନ୍ଦ୍ରଭାଗା ବେଳା ମାର୍ଗ କୁ ବିଶ୍ୱରେ ନୁଆ ପରିଚୟ ଦେବାକୁ ଯୋଜନା ପ୍ରସ୍ତୁତି , ଭିତ୍ତିଭୂମି ତଦାରଖ କଲେ ଉଚ୍ଚସ୍ତରୀୟ ଅଧିକାରୀ, ଡିସେମ୍ବର,୧ରୁ ଆରମ୍ଭ ହେବ ଇକୋ ରି ଟ୍ରି ଟି ।
କୋଣାର୍କ(sangram keshari mohapatra) : ଦେଶ ବିଦେଶର ପର୍ଯ୍ୟଟକ ଙ୍କୁ କୋଣାର୍କ ଓ ଚନ୍ଦ୍ରଭାଗାରେ ଦୀର୍ଘ ସମୟ ଧରି ବାନ୍ଧି ରଖିବା ପାଇଁ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି। ବେଳା ମାର୍ଗ କୁ ଚକା ଚକ୍କ ଓ ସୌନ୍ଦର୍ଯ୍ୟ କରଣ କରି ପର୍ଯ୍ୟଟକ ମାନଙ୍କ ପାଇଁ ବିଶ୍ବସ୍ତରୀୟ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ନକ୍ସା ପ୍ରସ୍ତୁତି ହୋଇଛି।
ଯାହାକୁ କାର୍ଯ୍ୟକାରୀ ପାଇଁ ଯୋଜନା ପ୍ରସ୍ତୁତ ସରି ଥିବା ବେଳେ ଏହାକୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମିକୁ ମଙ୍ଗଳବାର ଅପରାହ୍ନରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଙ୍କ ନେତୃତ୍ଵ ରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଚନ୍ଦ୍ରଭାଗା ବେଳା ଭୂମି ସହ ଇକୋ ରି ଟ୍ରି ଟି ସ୍ଥାନ ପରିଦର୍ଶନ କରିଛନ୍ତି।ପୂର୍ବ ବର୍ଷ ଭଳି ବିଦ୍ୟୁତ୍ ,ପାନୀୟ ଜଳ,ରାସ୍ତା ନିର୍ମାଣ ଭଳି କାର୍ଯ୍ୟ ର ବଜେଟ ସଂପୁକ୍ତ ବିଭାଗର ଅଧିକାରୀ ମାନଙ୍କ ଠାରୁ ମଗାଇବା ପାଇଁ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଯାଇଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଯେପରି ଏହି ଉତ୍ସବ ଅଧିକରୁ ଅଧିକ ଚିତକର୍ଷ ହୋଇପାରିବ ସେଥି ପ୍ରତି ଧାନ ଦେବାକୁ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହୋଇଥିଲା।
ଏଠାରେ ସୂଚନା ଥାଉ କି ଗତ ବର୍ଷ ଏହି ଉତ୍ସବ ଅଭୂତ୍ ପୂର୍ବ ସଫଳତା ପାଇଥିବାରୁ ଏହାକୁ ପର୍ଯ୍ୟଟନ ଋ ତୁରେ ଆରମ୍ଭ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଯୋଜନା କରିଛି। ଯାହା କୋଣାର୍କ ଫେଷ୍ଟିଭାଲ ସମୟ ରେ ଅର୍ଥାତ୍ ଡିସେମ୍ବର ୧ରେ ଆୟୋଜନ କରାଯିବ।ଏହି ଉତ୍ସବ ରେ ଓଡ଼ିଶା କଳା, ସସ୍କୃତି ,ପରମ୍ପରା ଭେଶଭୂଷା ଖାଦ୍ୟ ପେ ୟ ସହିତ ପର୍ଯ୍ୟଟକ ମାନେ ବେଳା ମାର୍ଗ ରେ ନିର୍ମାଣ କରାଯାଇଥିବ ଅତ୍ୟାଧୁନିକ ଶୀତତାପ ତମ୍ବୁ ରେ ରହି ଜଳ କ୍ରୀଡା, ପାରା ସେଲିଂ , ବୋଟିଂ ସାଇକେଲ ଚାଳନା କରିବା ସହ ସିଫୁଡୁ ର ମଜା ନେଇପାରିବେ।ଏହି ପ୍ରତିନିଧି ମଣ୍ଡଳୀରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମ ଚନ୍ଦ୍ର ଯାଦବ, ପିକେଡ଼ିଏ ସେକ୍ରେଟାରୀ ଲଲାଟେନ୍ଦୁ ସାହୁ, ପୁରୀ ବନାଧିକାରୀ, ଟୁ ରିଯିମି ପ୍ରୋଜେକ୍ଟ ମନିଟରୀଙ୍ଗି ଅଧିକାରୀ। ମିତ୍ରଭାନୁ ଚୌଧୁରୀ, ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,ଏନ୍ ଏ ସି ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ,କୋଣାର୍କ ବନାଧିକାରୀ ବେଣୁଧର ବେହେରା ଓ ରାଜସ୍ବ ଅଧିକାରୀ ସତ୍ୟବାଦୀ ଚିନ୍ନରା ଙ୍କ ସହ ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନେ ଉପସ୍ଥିତ ହୋଇ କାର୍ଯ୍ୟ ସମ୍ପର୍କରେ ଉଚ୍ଚ ପଦାଧିକାରୀ ଙ୍କ ସହ ଆଲୋଚନା କରିଥିଲେ।
