Odisha news

କୋଣାର୍କରେ ଲଜ ଓ ନିଶାଆଡ଼୍ଡ଼ା ଉପରେ ପୁଲିସର ଚଢ଼ଉ

0

କୋଣାର୍କ :,ପୁରୀଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ବର ସିଂ ଜିଲ୍ଲାର ସମସ୍ତ ଥାନାକୁ ଅନୈତିକ କାର୍ଯ୍ୟକଳାପ ମୁକ୍ତ ଥାନା ଭାବେ ରଖିବା ଲାଗି ନିର୍ଦ୍ଦେଶ ଦେଇଥିବାର ଜଣାପଡ଼ିଛି । କୌଣସି ପରିସ୍ଥିତିରେ ଯେପରି  କୌଣସି ଅସାମାଜିକ କାର୍ଯ୍ୟ ଯେପରି ନଘଟେ ସେଦିଗରେ ଯତ୍ନବାନ ହେବାକୁ ଏସପି ଶ୍ରୀ ସିଂ ପୁଲିସ ଅଧିକାରୀ ମାନଙ୍କୁ ‌ନିର୍ଦ୍ଦେଶ ଦେଇଛନ୍ତି ।ଏହି ନିର୍ଦ୍ଦେଶ ମୁତାବକ କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକଙ୍କ ନେତୃତ୍ବରେ କୋଣାର୍କରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଉପରେ ଚଢ଼ଉ ଆରମ୍ଭ ହୋଇଛି ।

ମଙ୍ଗଳବାର ପୂର୍ବାହ୍ନ ରେ କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ଓ ଏ ଏସ ଆଇ ଦିଲ୍ଲିପ କୁମାର ବେହେରା ପୁଲିସ ଫୋର୍ସ  ସହ କୋଣାର୍କର ବିଭିନ୍ନ ଲଜ ଓ ନିଶା ଆଡ଼୍ଡ଼ା ଉପରେ ଚଢ଼ଉ କରିଥିଲେ ।ଏହି ଘଟଣାରେ ପୁଲିସ ପୂର୍ବ ଅଭିଯୋଗ ମୁତାବକ ଚନ୍ଦ୍ରଭାଗା ରେ ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ଏକ ଘରୋଇ ଲଜ ପରିଚାଳକ , କୋଣାର୍କ ମାର୍କେଟ ବିଲଡ଼ିଂର ଏକ ଘରୋଇ ଲଜ ପରିଚାଳକ ଓ କୋଣାର୍କର ରିଙ୍ଗରୋଡ଼ ମାଛ ମାର୍କେଟରେ ନିଶା ଖାଉଥିବା ୪ରୁ ଅଧିକ ଯୁବକଙ୍କୁ ଥାନାକୁ ଉଠାଇନେଇ ପଚରାଉଚରା ଜାରି ରଖିଥିବାର ଜଣାପଡ଼ିଛି । ଏହି ଚଢ଼ଉ ଜାରି ରହିବ ଓ ଅନୈତିକ କାର୍ଯ୍ୟ ରେ ଲିପ୍ତର ସାମାନ୍ୟ ସୂଚନା ମିଳିଲେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି  ।

Nalco
Leave A Reply