କୋଣାର୍କ(sangram keshari mohapatra) : ଲକ୍ ଡାଉନ୍ ଭିତରେ କୋଣାର୍କ ରେ ବିଭିନ୍ନ ଲଜ୍ ରେ ଦେହ ବେପାର ହେଉଥିବା ଖବର ପାଇ ନିମାପଡ଼ା ଏସ ଡି ପି ଓ ପ୍ରଦୀପ୍ତ କୁମାର ଦଳାଇ ଙ୍କ ନିର୍ଦେଶ ରେ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ତାଙ୍କ ଟିମ୍ ସହ ଗୁରୁବାର ବିଳମ୍ବିତ ରାତ୍ରରେ କୋଣାର୍କ ରେ ଏକ ଘରୋଇ ଲଜ ଉପରେ ଅଚାନକ ଚଢାଉ କରି ଏକ ରୁମ୍ ରୁ ଜଣେ କୁଜଙ୍ଗ ଅଞ୍ଚଳ ର ୨୨ ବର୍ଷ ର ଯୁବତୀ ଙ୍କ ସହ ଅନୁଗୁଳ ର ଜଣେ ଯୁବକକୁ ଧରିଥିବା ଜଣାପଡିଛି ।
ଉଭୟ ଙ୍କୁ କୋଣାର୍କ ପୋଲିସ ଥାନାକୁ ଆଣି ସେମାନଙ୍କର ଠିକଣା ଓ ପରିଚୟ ପଚାରିବା ସହ ସେମାନେ ଅବିବାହିତ ହୋଇ କଣ ପାଇ ଏକାଠି ରହୁଥିଲେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିଛି।ଯୁବକ ଙ୍କ କହିବା ଅନୁଯାୟୀ ତାଙ୍କ ସାଥି ରେ ଥିବା ଯୁବତୀ ହେଉଛନ୍ତି ତାଙ୍କ ପ୍ରେମିକା ସେମାନେ କୋଣାର୍କ ବୁଲିବାକୁ ଆସି ରାତ୍ରି ହେବାରୁ ଫେରି ନପାରିବାରୁ ଏକ ଲଜ ରେ ରୁମ୍ ନେଇ ରହିଥିଲେ।
ପୋଲିସ ସେମାନଙ୍କର ଘର ଲୋକଙ୍କୁ ଖବର ଦେଇଥିବା ଜଣାପଡିଛି। ଆଗକୁ ପ୍ରତି ଲ ଜ ରେ ଚେକିଂ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ କହିବା ସହ ଯେଉଁ ଲଜରେ ବେଆଇନ କାର୍ଯ୍ୟ ହେଉଥିବ ସେ ଲଜର ସମସ୍ତ କାଗଜ ପତ୍ର ରଦ୍ଧ୍ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ମଲ୍ଲିକ ପ୍ରକାଶ କରିଛନ୍ତି।
