କୋଣାର୍କ (ସଂଗ୍ରାମ କେଶରୀ ମହାପାତ୍ର ) : ,ରାଜ୍ୟ ସରକାର ବିଭିନ୍ନ ଗ୍ରାମାଞ୍ଚଳର ବିକାଶ ଲାଗି କରିଥିବା ଯୋଜନା ର ବାସ୍ତବ ରୂପରେଖ ଦେଖିବାକୁ ମିଳିଛି କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଂଚାୟତର ୪ନଂ ୱାର୍ଡ଼ କୋତାଙ୍ଗ ଗ୍ରାମର ଗ୍ରାମଦେବୀ ମା ସାହାରେଇ ଙ୍କ ଅଧା ଗାଢା କୋଠ ଘର ନିର୍ମାଣ ରେ ଯାହାକୁ ସରକାରଙ୍କ ଆମ ଗାଁ ଆମ ବିକାଶ ଅନୁଦାନ ଅର୍ଥ ରେ ପୂର୍ଣ୍ଣାଙ୍ଗ କରାଯାଇଥିବା ସେହି ଗ୍ରାମର ସମୂହ ଗ୍ରାମବାସୀ ପ୍ରକାଶ କରିଛନ୍ତି।ସେହି ଗ୍ରାମରେ ପ୍ରାୟ ୧୬୦ଟି ପରିବାର ବସବାସ କରନ୍ତି ଏବଂ ଗ୍ରାମ ଦେବୀଙ୍କ କୋଠ ଘର ଟିଏ ନିର୍ମାଣ ପାଇଁ ପ୍ରତି ଘରୁ ଭେଦା ଚାନ୍ଦା କରି ଦୁଇ ବଖରା ସମ୍ମଳିତ ଘର ନିର୍ମାଣ କରିଥିଲେ ବି ଅର୍ଥ ଅଭାବରୁ ତାହାକୁ ଗ୍ରାମବାସୀ ସମ୍ପୁର୍ଣ୍ଣ କରିପାରିନଥିଲେ ଯାହା ଅସମ୍ପୂର୍ଣ୍ଣ ହୋଇ ପଡିରହିଥିଲା କିନ୍ତୁ ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ତତ କାଳୀନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠି ୨୦୧୮/୧୯ରେ ପ୍ରାୟ୨,୫୦୦୦୦ ଲକ୍ଷ ଉକ୍ତ କୋଠ ଘର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ।ଯାହା କୋତାଙ୍ଗ ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ କାକଟପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ସମସ୍ତ ଅନୁଦାନ ଅର୍ଥରାଶିକୁ ବିନିଯୋଗ କରାଯାଇ ମାଙ୍କ ଅଧାଗଢା କୋଠ ଘରଟିକୁ ସମ୍ପୂର୍ଣ୍ଣ କରାଯାଇଥିବା ଗ୍ରାମ ପଂଚାୟତର ମହିଳା ମହାସଂଘ ର ସମ୍ପାଦିକା ହେମଲତା ପ୍ରଧାନ ପ୍ରକାଶ କରିଛନ୍ତି।
ଯାହା ସେହି ଅନୁଦାନ ଅର୍ଥ ରେ ଘରଚାରିପାଖ ପ୍ଲାଷ୍ଟର,ହେବା ଦୁଇବଖରା ଘର ଭିତର ଓ ବାହାର ଚଟାଣରେ ଟାଇଲି ପଡିବାସହ ଭିତର ଓ ବାହାର ରଙ୍ଗ କରାଯାଇ ଘର ଗୁଡିକରେ କବାଟ ଝରକା ଲଗାଯିବା ସହ ଉକ୍ତ ଘରକୁ ଲାଗି ଅନ୍ୟ ଏକ ନୂତନ ଘର ହୋଇ ଥିବା ସେ ଓ ଗ୍ରାମର ୱାର୍ଡ଼ ମେମ୍ବର ପ୍ରଶାନ୍ତ କୁମାର ମହାରଣା ,ଅଜୟ କୁମାର ସାମଲ,ନିରଞ୍ଜନ ପାଇଟଲ ,କମଳ ପାଇଟାଲ ଙ୍କ ସହ ମା ଙ୍କ ପୂଜକ ସୁଦାମ ବାରିକ, ପ୍ରକାଶ କରିଛନ୍ତି।ଉକ୍ତ ପଂଚାୟତର କିଛି ବେକ୍ତି ରାଜନୈତିକ ଉଦ୍ୟେଶ ରଖି ଗ୍ରାମର ପ୍ରତ୍ୟକ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଓ ଉଦ୍ୟଶ ମୂଳକ ଭାବେ ମନଗଢା ଅଭିଯୋଗକରୁଥିବା ଅବଦାନ ପଂଚାୟତର ସମିତି ସଭ୍ୟ ମହେଶ୍ୱର ସାହୁ ଦୁଃଖର ସହ ପ୍ରକାଶ କରିଛନ୍ତି । ପଂଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ସମସ୍ତେ ସହଯୋଗ ପାଇଁ ସେ ନିବେଦନ କରିଛନ୍ତି।
