କୋଣାର୍କ :, ଗୋପ ବ୍ଲକ ଅନ୍ତର୍ଗତ କୋଣାର୍କ ଥାନା ନିକଟସ୍ଥ ଶିମିଳି ପଞ୍ଚାୟରର ଶିରିପୁର ଗ୍ରାମ  ହରିଜନ ସାହି ର ଗୋଟେ ପରିବାରରେ ଆଧାର କାର୍ଡ କୁ ନେଇ ବିବାଦ ଉପୁଜିଛି।ଯେଉଁଠି ପରିବାରର ଆଧାର କାର୍ଡ ର ହିତାଧିକାରୀ ଦୁଇଜଣ ମହିଳା ଥିବାବେଳେ ଉଭୟଙ୍କର ଆଧାର ନଂ ୮୮୬୧୦୦୭୯୭୯୪୯ ସମାନ ଅଟେ, ଦୁଇ ଜଣ ମହିଳା ସଦସ୍ୟ ହେଲେ ସସ୍ମିତା କାଣ୍ଡି ଓ ସୁଦେସ୍ନା କାଣ୍ଡି ଯାହାଙ୍କର ଆଧାର କାର୍ଡ ଦୁଇଟି ଥିବାବେଳେ କାର୍ଡ ନଂ ଗୋଟେ ଓ ଉଭୟଙ୍କର କାର୍ଡ ର ଫିଙ୍ଗର ପ୍ରିଣ୍ଟ ମଧ୍ୟ ସମାନ ଦର୍ଶାଉଛି ଫଳରେ ଉଭୟ ସଦସ୍ୟ ସରକାରଙ୍କର ବିଭିନ୍ନ ଯୋଜନାରୁ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ କରନ୍ତି।
ଉଭୟ ସଦସ୍ୟ ଉକ୍ତ ଆଧାର କାର୍ଡ କୁ ସଂଶୋଧନ କରିଥିଲେ ମଧ୍ୟ ପ୍ରତି ଥର ଏକ ନଂ ଓ ସମାନ ଫିଙ୍ଗର ପ୍ରିଣ୍ଟ କାର୍ଡ ରେ ଆସୁଛି ଯାହା ଆଧାର ସଂଶୋଧନ କରିବାପାଇଁ କାର୍ଯ୍ୟ କରୁଥିବା ଅଧିକାରୀଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି?ଉଭୟ ଦୁଇ ମହିଳା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ବି ଏଥିରେ କୌଣସି ସୁଧାର ଆସୁନାହିଁ ଯେଉଁଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସେମାନେ କରିପାରୁନାହାନ୍ତି। ଉଭୟ ମହିଳା ୭ରୁ ଉର୍ଦ୍ଧ କାର୍ଡ ପାଇଥିଲେ ବି ଏହା ଠିକ ହୋଇ ଆସୁନି ବୋଲି ଉଭୟ ଆଭିଯୋଗ କରିଛନ୍ତି।ତେଣୁ ପୁରୀ ଜିଲ୍ଲାପାଳ ଶ୍ରୀ ବଲ୍ଲବନ୍ତ ସିଂ ଏଥିପ୍ରତି କୃପା ଦୃଷ୍ଟି ଦେଇ ଉଭୟ ମହିଳାଙ୍କ ଆଧାର ନଂ ଅଲଗା କରିବାକୁ ସମ୍ପୂକ୍ତ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେବାକୁ ଉଭୟ ଗରିବ ଦଳିତ ମହିଳା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here