କୋଣାର୍କ, : ଶୁକ୍ରବାର ଦିନ ଚନ୍ଦ୍ରଭାଗା ପରିଦର୍ଶନରେ ଆସି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଚନ୍ଦ୍ରଭାଗାର ଆବର୍ଜନା ଓ ଗନ୍ଧ ମୟପୂର୍ଣ୍ଣ ପରିବେଶ କୁ ଦେଖି ଏନଏସି କର୍ତ୍ତୁପକ୍ଷଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏନଏସି କର୍ତ୍ତୁପକ୍ଷଙ୍କ ମନମାନୀ ପାଇଁ ଚନ୍ଦ୍ରଭାଗା ନୋଳିଆସାହିରେ ଅଦ୍ୟାବଧି ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ ।ଅବସ୍ଥା ପୂର୍ବବତ ଆବର୍ଜନାମୟ ରହିଛି ।
ଯୋଜନାର ବାସ୍ତବତା ବହୁ ପଛରେ ଥିବାର ପରିଲକ୍ଷିତ ହୋଇଛି ।ଫଳରେ ଚନ୍ଦ୍ରଭାଗା ବେଳାଭୂମି ସହିତ ନୋଳିଆ ସାହିରେ ଅଳିଆ ଆବର୍ଜନା ଜମି ରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।ବିଶେଷ କରି ଚନ୍ଦ୍ରଭାଗା ନୋଳିଆ ସାହିରେ ବେଆଇନ ଭାବେ ଗଢ଼ି ଉଠିଥିବା ମାଛ ଗୋଦାମ ଗୁଡ଼ିକର ବର୍ଜ୍ୟବସ୍ତୁ ଚନ୍ଦ୍ରଭାଗା ବେଳାଭୂମିକୁ ପ୍ରଦୁଷିତ କରିବାର ମୁଖ୍ୟ କାରଣ ପାଲଟିଛି ।
ଏସଂପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୋଣାର୍କ ଏନଏସି ଏଦିଗରେ ଧ୍ୟାନ ଦେଉନଥିଲା ।ମାତ୍ର ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ବିରକ୍ତି ପ୍ରକାଶ ପରେ ଆଜି ଏନଏସି କର୍ତ୍ତୁପକ୍ଷଙ୍କ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମି ସହିତ ନୋଳିଆ ସାହିରେ ଜମି ରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି । ଏନଏସି କର୍ତ୍ତୁପକ୍ଷଙ୍କୁ ଚନ୍ଦ୍ରଭାଗା ବେଳା ମାର୍ଗ ଓ ବସ୍ତି ସଫେଇ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାପରେ ଜିଲ୍ଲାପାଳ ସିଂଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ଓ ଧନ୍ୟବାଦ ଦିଆଯାଇଛି ।