କୋଣାର୍କ : ମାନବ ସେବାହଁ ମାଧବ ସେବା ଏହି ନ୍ୟାୟରେ ସୋମବାର ଦିନ କୋଣାର୍କ ଛାତ୍ରସଙ୍ଗଠନର କର୍ମକର୍ତ୍ତା ମାନେ ଏହାର ପ୍ରମାଣ ଦେଖାଇ ଅଂଛଳରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଲକଡା଼ଉନ ଓ ସଟ ସମୟରେ ନିଜ ପକେଟ ମନିରେ କୋଣାର୍କରେ ବସବାସ କରୁଥିବା ଅସହାୟ ମାନଙ୍କୁ ଦୁଇବେଳା ଖାଇବାକୁ ଦେଇଥିବା ଛାତ୍ର ମାନେ ସୋମବାର ଦିନ ଜଗନ୍ନାଥ ମନ୍ଦିର ସମ୍ମାନାରୁ ଏକ ଜରିପାଲ ଘେରା ପରିତ୍ୟକ୍ତ ଘରୁ ଜଣେ ୭୦ବର୍ଷ ର ରୂଗଣ୍ ବୃଦ୍ଧ କୁ ଉଦ୍ଧାର କରି ଚମ୍ପାହର ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ଛାତ୍ରସଙ୍ଗଠନର ସଂଯୋଜକ କୁନାଲ ପାତ୍ର ସମ୍ପାଦକ ପିନାକୀ ପ୍ରସାଦ ନାୟକ ଓ ଆଭାସ ମୁଦୁଲି ପ୍ରମୁଖ ବୃଦ୍ଧକୁ ଉଦ୍ଧାର କରି ଡାକ୍ତର ଖାନାନେଇଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧକୁ ପୁରୀ ବୃଦ୍ଧାଶ୍ରମକୁ ପଠାଯିବ ବୋଲି ଛାତ୍ରସଙ୍ଗଠନର ସଂଯୋକ କୁନାଲ ପାତ୍ର ପ୍ରକାଶ କରିଛନ୍ତି। ଛାତ୍ର ମାନଙ୍କର ଏତାଦୃଶ୍ୟ କାର୍ଯ୍ୟକୁ କୋଣାର୍କର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।
