କୋଣାର୍କ (ସବ୍ୟୁ) କୋଣାର୍କର ଜଣେ ଯୁବକଙ୍କୁ ଦୁଇଜଣ ନିଶାଡ଼ି ବିଚ ରାସ୍ତାରେ ଗୋଡ଼େଇଗୋଡ଼େଇ ହାଣିବା ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି କରିଛି ।ମିଳିଥିବା ସୂଚନା ମୁତାବକ . କୋଣାର୍କ ମାଉସୀ ମା ସାହିରେ ରହୁଥିବା ବଳରାମ ରାଉତ (ବଳିଆ )କୋଣାର୍କ ଅଂଚଳର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଯୁବକ ଅଟନ୍ତି ।ପୂର୍ବରୁ ବ୍ରାଉନସୁଗାର ବିକ୍ରି କରିବା ର ମାଷ୍ଟର ମାଇଣ୍ଡ ସହିତ ବିଭିନ୍ନ ଅପରାଧରେ ଲିପ୍ତ ହୋଇ ବଳିଆ ଅନେକ ଥର ଜେଲ ଯାଇଥିବାର ଜଣାପଡ଼ିଛି ।ଆଜି କୋଣାର୍କ ବସଷ୍ଟାଣ୍ଡ ନିକଟରେ କବାଡ଼ିଆ ବ୍ୟବସାୟ କରୁଥିବା କେଶବ ବେହେରା (ବାବୁ କବାଡ଼ିଆ ) ନାମକ ଜଣେ ବ୍ୟକ୍ତି କବାଡ଼ିଆ ସାମଗ୍ରୀ ନେଇ ଯାଉଥିବା ସମୟରେ ବଳିଆ ଓ ତାର ଜଣେ ସହଯୋଗୀ ତାଙ୍କୁ ୧୦୦ଟଙ୍କା ବଟି ମାଗିଥିଲେ ।
ଏଥିରେ କେଶବ ଅମଙ୍ଗ ହେବାରୁ ବଳିଆ ଓ ତାର ସହଯୋଗୀ କେଶବକୁ ବିଚ ରାସ୍ତାରେ ଫାର୍ସା ଓ ଭୁଜାଲିରେ ଗୋଡ଼େଇଗୋଡ଼େଇ ହାଣିଥିଲେ ।ଏହା ଦେଖି ଲୋକମାନେ ଏକତ୍ରିତ ଭାବେ ବଳିଆ କୁ କାବୁ କରିବାକୁ ଆସିବାରେ ବଳିଆ ଓ ତାର ସହଯୋଗୀ ସେଠାରୁ ଚମ୍ପଟ ମାରିଥିଲେ ।ଏସଂପର୍କରେ ଖବର ପାଇ କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ନିଜେ ଘଟଣାସ୍ଥଳରେ ପହଞ୍ଚି ବଳିଆକୁ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ବଳିଆର କୌଣସି ପତ୍ତା ମିଳିନଥିବାର ଜଣାପଡ଼ିଛି ।ଅନ୍ୟପକ୍ଷରେ ଆହତ ବାବୁ କବାଡ଼ିଆକୁ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ଡ଼ାକ୍ତରଖାନା ନେଇ ଚିକିତ୍ସିତ କରିବା ପରେ ସେ ସୁସ୍ଥ ଥିବାର ଜଣାପଡ଼ିଛି । ବଳିଆ ର କୌଣସି ସନ୍ଧାନ ନମିଳିବାରୁ ପୁଲିସ ବଳିଆର ଭାଇକୁ ନେଇ ଥାନାରେ ଅଟକ ରଖିଥିବାର ଜଣାପଡ଼ିଛି ।