Odisha news

ଜିଲ୍ଲାରେ ୧ ନଂ ସ୍ୱଚ୍ଛତା ପାଇଁ କୋଣାର୍କ ନିର୍ବାହୀ ଅଧିକାରୀ ସମ୍ବର୍ଦ୍ଧିତ

0
କୋଣାର୍କ : ଦେଶର ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ରେ  ଉଲେଖ୍ୟନିୟ କାର୍ଯ୍ୟ କରି କୋଣାର୍କ  ସହରକୁ ସ୍ୱଚ୍ଛ ଓ ପରିଷ୍କାର ରଖି ଓଡ଼ିଶାର ୨୧ନମ୍ବର  ଓ  ଜିଲ୍ଲାର  ୧ନମ୍ବର ସ୍ୱଚ୍ଛତା  ତାଲିକାରେ କୋଣାର୍କ ଏନଏସି ଥିବାରୁ ଏନ ଏ ସିର ନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ଶ୍ରୀ ନିବାସ ଙ୍କୁ ଏହାର ଶ୍ରେୟ ଦେଇ ସ୍ଥାନିୟ ମହାଲଷ୍ମୀପୂଜା କମିଟିର କର୍ମକର୍ତ୍ତା ମାନେ ତାଙ୍କୁ ସମ୍ବନ୍ଧିତ କରିଛନ୍ତି।
ଶୁକ୍ରବାର ଦିନ କମିଟିର  ସମ୍ପାଦକ ମନୋଜ କୁମାର ସେଠ,ରୁଦ୍ରପ୍ରସାଦ ବେଉରା,ସ୍ୱାଧୀନ ନାୟକ ଓ ଅମରେଶ୍ୱର ପାଢ଼ୀ ପ୍ରମୁଖ  ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏମ୍ ଶ୍ରୀ ନିବାସ ଙ୍କୁ ଭେଟି ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବନ୍ଧିତ କରିଛନ୍ତି।
ଏହି ଉପଲକ୍ଷେ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଆଗାମୀ ବର୍ଷ କୋଣାର୍କ ଏନ ଏ ସି ସ୍ୱଚ୍ଛତା ରେ ଯେପରି ଅଧିକ ନମ୍ବର ପାଇ ସାରା ଦେଶରେ ତାର ସ୍ଥିତି ବଜାଇ ରଖିପାରିବ ସେଥିପାଇଁ ଅଂଚଳ ବାସୀମାନେ ଅଳିଆ ଆବର୍ଜ୍ଜନା କୁ ଏଠି ସେଠି ନ ପକାଇ ଡ଼ଷ୍ଟବିନ ରେ ପକାନ୍ତୁ ଓ ଏନ ଏ ସି ର ଅଳିଆ ବୁହା ଗାଡ଼ିରେ ଦେବା କୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
Leave A Reply