କୋଣାର୍କ, ସବ୍ୟୁ, ପୁରୀ ଜିଲ୍ଲା ର କୋଣାର୍କ ଏନ.ଏ.ସି ଅନ୍ତର୍ଗତ ୧୩ଟି ୱାର୍ଡ଼ ରେ କେତେ ଅସହାୟ ମହିଳା ଅଛନ୍ତି କେଉଁ କେଉଁ ମାନେ ସବୁ ବତ୍ତାପାଉଅଛନ୍ତି ଓ କେଉଁମାନେ ପାଉନାହାଁନ୍ତି ସେମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ପୁରୀ ଜିଲ୍ଲାପାଳ ନିର୍ଦେଶ ଦେବା ସହ ତାହାର ଏକ ସମୀକ୍ଷା କରିଛନ୍ତି।ଶୁକ୍ରବାର ଦିନ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଏହି ନିର୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ଏନ.ଏ.ସି.ର୧୩ଟିୱାର୍ଡରେ ନିଯୁକ୍ତ ୨୪ଜଣ ଅଙ୍ଗନବାଡ଼ି କର୍ମୀ ଯୋଗଦେଇ ଥିଲେ ଏବଂ ସେମାନେ ୱାର୍ଡର ପ୍ରତ୍ୟକ ଘରକୁ ଘର ବୁଲି ଅସହାୟ ମହିଳା ,ବିଧବା, ଭିନ୍ନକ୍ଷମ, ସ୍ୱାମୀପରିତ୍ୟକତା ମହିଳା ମାନଙ୍କର ତାଲିକା ପ୍ରସ୍ତୁତି କରି ଆସନ୍ତା ୨୬ ତାରିଖ ସୁଧା ଜିଲ୍ଲାପ୍ରଶାସନ ପାଖରେ ବ୍ଲକର ସିଡିପିଓଙ୍କ ଜରିଆରେ ଦାଖଲ କରିବାକୁ ଜିଲ୍ଳାପାଳ ସମସ୍ତ ଅଙ୍ଗନବାଡି କର୍ମୀମାଙ୍କୁ ନିର୍ଦେଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ,ସିଡିପିଓ ,ଜିଲ୍ଲା ସମାଜିକମଙ୍ଗଳ ଅଧିକାରୀ ଙ୍କ ସହ କୋଣାର୍କ ଏନ.ଏ.ସି.ର ଗୋଷ୍ଟିସଙ୍ଗଠିକା ଶୁଭଲଷ୍ମୀ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ କୋଣାର୍କ ଏନ ଏ ସି ସ୍ୱଚ୍ଛତା ପାଇଁ ପ୍ରଥମ ସ୍ଥାନ ପାଇଥିବାରୁ ଜିଲ୍ଲାପାଳ ଶ୍ରୀ ସିଂ କୋଣାର୍କ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।