Odisha news

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ରେ ଓଡ଼ିଶାର କୋଣାର୍କ ଏନ.ଏ.ସି.ପ୍ରଥମ ସହର

0

କୋଣାର୍କ :  ସର୍ଵଭାରତ ସ୍ତରର ସ୍ବଛ ସର୍ବେକ୍ଷଣ୨୦୨୦ରେ ଇନ୍ଦର ସହର ଭାରତର ସବୁଠାରୁ ପରିଷ୍କାର ସହର ହୋଇଥିବାବେଳେ ଏହି ସର୍ବଭାରତୀୟ  ସର୍ବ କ୍ଷଣ  ଅନୁଯାୟୀ ସହରର ଜନସଂଖ୍ୟା ୨୦ହଜାରରୁ ୪୦ହଜାର ମଧ୍ୟରେ ସିମିତଥିବା ଓଡ଼ିଶାର ସହର ମାନଙ୍କ ମଧ୍ୟରେ ୨୧୫୨ମାର୍କ ପାଈ ସାରା ଓଡ଼ିଶାର ସହର ମଧ୍ୟରୁ କୋଣାର୍କ ଏନ.ଏ.ସି.ପ୍ରଥମ ସ୍ଥାନ ଅଧିକାର କରିଛି ।

ଯାହା କୋଣାର୍କବାସୀ ଙ୍କ ପାଇଁ ଗର୍ବ ଓ ଗୌରଵ ଆଣିଦେଇଛି।ବିଶ୍ଵପର୍ଯ୍ୟଟନ ସ୍ଥଳୀକୁ ସବୁ ସମୟରେ ସ୍ୱଚ୍ଛତା ରଖିବା ପାଇଁ କୋଣାର୍କ ର ନିର୍ବାହୀ ଅଧିକାରୀଙ୍କ ନିର୍ଦେଶରେ  ଏନ.ଏ.ସି.ର ନୋଡାଲ ଅଫିସର ଭାଗିରଥି ବରାଳ ଓ ସଫେଇ ସୁପରଭାଇଜର ଧର୍ମାନନ୍ଧ ପରିଡାଙ୍କ କାର୍ଯ୍ୟଧାରା ଉଦ୍ୟମ ବେଶ ପ୍ରଶଂସନୀୟ, ଉଭୟ ଦୁଇ କର୍ମଚାରୀ ତାଙ୍କର ଆପ୍ରାଣ ଉଦ୍ୟମ ରେ ସଫେଇ କର୍ମଚାରୀମାନଙ୍କୁ ଲଗାଇ ସହରକୁ ସ୍ୱଚ୍ଛତା ର ରୂପଦେଇଥିଲେ ଯାହା ଆଜି ଓଡିଶା ସହରମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ପାଇଥିବା ବେଳେ ସର୍ବଭାରତର ପୂର୍ବାଅଞ୍ଚଳ ସ୍ତରରେ ୧୬୧ସ୍ଥାନ ପାଇଛି।

ଗତ ବର୍ଷ କୋଣାର୍କ ଏନ.ଏ.ସି.୪୧୩ ସ୍ଥାନରେ ଥିଲା ଉଭୟ ଏନ.ଏ.ସି.ର ଦୁଇକର୍ମଚାରୀଙ୍କ ସହ ସଫେଇ ଶ୍ରମିକମାନେ ଓ ବିଶେଷ କରି କୋଣାର୍କସହରର ଜନସାଧାରଣଙ୍କ ସହଯୋଗରେ କୋଣାର୍କ ଏନ.ଏ.ସି.ସ୍ୱଚ୍ଛତା ରେ ସାରା ଭାରତବର୍ଷରେ ଭଲ ମାର୍କ ରଖିପାରି ଓଡ଼ିଶାରେ ପ୍ରଥମ ହୋଇପାରିଛି ବୋଲି ନିର୍ଵାହି ଅଧିକାରୀ ଏମ୍.ଶ୍ରୀ ନିବାସ ଗଣମାଧମ ଆଗରେ ପ୍ରକାଶ କରିଛନ୍ତି।ଆଗାମୀ ଦିନରେ କୋଣାର୍କକୁ ଏକ ଆବରର୍ଜ୍ଜନା ମୁକ୍ତ ସହର ଭାବରେ ଗଢିତୋଳିବାକୁ ସେ ଅଞ୍ଚଳବାସୀ ଙ୍କ ସହଯୋଗ କାମନା କରିଛନ୍ତି।

Leave A Reply