Odisha news

କୋଣାର୍କ କୋଭିଡ଼ି ସେଣ୍ଟରରେ ଅଗ୍ନିସମ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0

କୋଣାର୍କ,: ରାଜ୍ୟର ବିଭିନ୍ନ କୋଭିଡ଼ ସେବା କେନ୍ଦ୍ରରେ  କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । କୋଭିଡ଼ ସେବା କେନ୍ଦ୍ରରେ ଯଦି କୌଣସି କାରଣରୁ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟେ ତେବେ ଅଗ୍ନିସମ ବାହିନୀ ପହଞ୍ଚିବା ପୂର୍ବରୁ କିଭଳି ଭାବେ ନିଆଁକୁ ଆୟତ୍ତ କରି ହେବ ସେନେଇ ମଙ୍ଗଳବାର ଦିନ କୋଣାର୍କ କୋଭିଡ଼ ସେବାକେନ୍ଦ୍ରରେ  ଅଗ୍ନି ନରାପତ୍ତା ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଚମ୍ପାହାର ଅଗ୍ନିସମ କେନ୍ଦ୍ରର ଅଧିକାରୀ ଜ୍ୟୋତିପ୍ରକାଶ  ରଥ ଙ୍କ ନେତୃତ୍ବରେ ଆଗ୍ନିକ ମାନେ କୋଣାର୍କ କୋଭିଡ଼ ସେବା କେନ୍ଦ୍ରରେ ପହଞ୍ଚି ଆକସ୍ମିକ ଅଗ୍ନିକାଣ୍ଡରୁ କିଭଳି ଧନଜୀବନକୁ ସୁରକ୍ଷିତ ରଖାଯାଇପାରିବ ସେନେଇ ବିଭିନ୍ନ ସଚେତନତା ମୂଳକ କୌଶଳ ପ୍ରଦର୍ଶିତ କରିଥିଲେ । ନିକଟ ଅତୀତରେ ଗୁଜୁରାଟ ସମେତ ଅନ୍ୟ କେତେକ ସ୍ଥାନରେ କୋଭିଡ଼ ସେବାକେନ୍ଦ୍ରରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟିଲେ ଡ଼ାକ୍ତରଖାନାର ବେଡ଼ସିଟ ଓ ଟାୱେଲକୁ ଓଦା କରି କିଭଳି ଭାବେ ନିଆଁକୁ ଆୟତ୍ତ କରାଯାଇ ପାରିବ ସେନେଇ କୋଣାର୍କ କୋଭିଡ଼ ସେବାକେନ୍ଦ୍ରର ସମସ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦିଆଯାଇଥିଲା

Nalco
Leave A Reply