କୋଣାର୍କ : ,କୋଣାର୍କରେ ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟ ରହିଛି କିନ୍ତୁ ଦୀର୍ଘମାସ ଧରି ଅଧିକାରୀ ନିଯୁକ୍ତି ପାଉନାହାଁନ୍ତି । ଅତିରିକ୍ତ ତହସିଲଦାର ନିଯୁକ୍ତି ନହେବା ଫଳରେ ଅତ୍ୟାବଶ୍ୟକୀୟ ରାଜସ୍ବ ବିଭାଗ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାର ଜଣାପଡ଼ିଛି । କୋଣାର୍କ ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟ ପାଇଁ ଦୀର୍ଘମାସ ଧରି ଅତିରିକ୍ତ ତହସିଲଦାର ନିଯୁକ୍ତି ପାଇ ନାହାଁନ୍ତି ।ଫଳରେ ଜନସାଧାରଣ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ନରହିବା ଫଳରେ ଛାତ୍ରଛାତ୍ରଙ୍କ ବିଭିନ୍ନ ଆବଶ୍ୟକୀୟ ପ୍ରମାଣ ପତ୍ର ଓ ଲୋକମାନଙ୍କ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବାରେ ଅହେତୁକ ବିଳମ୍ବ ଘଟୁଛି ଯାହା ଦ୍ଵାରା ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।ଏସଂପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଠାରେ ଅତିରିକ୍ତ ତହସିଲଦାର ନିଯୁକ୍ତ ନହେବା କାରଣ କଣ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ଠାରେ ଏବେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକରୁଛି ।କିନ୍ତୁ କୋଣାର୍କ ଭଳି ଏକ ପର୍ଯ୍ୟଟନ ସ୍ଥଳୀରେ ଜଣେ ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଅପରିହାର୍ଯ୍ୟ ହୋଇପଡ଼ିଛି । ସ୍ଥାୟୀ ଅତିରିକ୍ତ ତହସିଲଦାର ନିଯୁକ୍ତି ନହେବା ପର୍ଯ୍ୟନ୍ତ ଲୋକଙ୍କ ଲାଗିରହିଥିବା ସମସ୍ୟାର କୌଣସି ସମୟୋପଯୋଗୀ ସମାଧାନ ହୋଇପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି ।ଏହାକୁ ଦୃଷ୍ଟିରେ ରଖି କୋଣାର୍କରେ ତୁରନ୍ତ ଜଣେ ଅତିରିକ୍ତ ତହସିଲଦାର ନିଯୁକ୍ତି ଦେବାପାଇଁ ଅଂଚଳ ବାସୀଙ୍କ ପକ୍ଷରୁ ଦାବି କରାଯାଉଛି ଏଦିଗରେ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି।
