ଆରମ୍ଭ ହେଲା କୋଲକାତାରେ ମହାସମର l ବାଜିଲା ବିଗୁଲ l ଘୋଷଣା ହେଲା ତାରିଖ l କୋଲକାତାରେ ଇଲେକ୍ସନ ତାରିଖ ଘୋଷଣା ହେଲା l ୮ ଚରଣରେ ମତଦାନ ହେବ l
ପ୍ରଥମ ଚରଣ ମତଦାନ : ୨୭ ମାର୍ଚ୍ଚ
ଦ୍ୱିତୀୟ ଚରଣ ମତଦାନ :୧ ଏପ୍ରିଲ
ତୃତୀୟ ଚରଣ ମତଦାନ : ୬ ଏପ୍ରିଲ
ଚତୁର୍ଥ ଚରଣ ମତଦାନ :୧୦ ଏପ୍ରିଲ
ପଞ୍ଚମ ଚରଣ ମତଦାନ : ୧୭ ଏପ୍ରିଲ
ଷଷ୍ଠ ଚରଣ ମତଦାନ : ୨୨ ଏପ୍ରିଲ
ସପ୍ତମ ଚରଣ ମତଦାନ : ୨୬ ଏପ୍ରିଲ
ଅଷ୍ଟମ ଚରଣ ମତଦାନ : ୨୯ ଏପ୍ରିଲ
ଫଳାଫଳ ଘୋଷଣା : ୨ ମଇ
ସଂକ୍ଷେପରେ ଜାଣିବା ଚିଫ ଇଲେକ୍ସନ କମିଶନ କଣ କହିଲେ :
କୋଲକତାରେ 294 ସିଟ ପାଇଁ ମତଦାନ ହେବ l କୋଭିଡ ନିୟମ ସମସ୍ତଙ୍କୁ ପାଳନ କରିବା ନିହାତି ଜରୁରୀ ଅଟେ l ୫ ଜଣରୁ ଅଧିକ ଲକ ଘରକୁ ଘର ପ୍ରଚାରକୁ ଯାଇପାରିବେ ନାହିଁ l ମତଦାନ ଏକ ଘଣ୍ଟା ବାଢା ଯାଇଛି l ସମସ୍ତ ମତଦାନ କେନ୍ଦ୍ର ଗ୍ରାଉଣ୍ଡ ଫ୍ଲୋରରେ ହେବ l ସମସ୍ତ ଚୁନାଵ ଅଧିକାରୀ ମାନଙ୍କୁ କୋବିଦ ଟୀକା ଦିଆଯିବ l କୋଲକାତାରେ ଅଜୟ ନାୟକ ପର୍ଯ୍ୟବେକ୍ଷକ ହେବେ l କୋଲକାତାରେ ୧ ଲକ୍ଷ ୧ ହଜାର 916 ମତଦାନ କେନ୍ଦ୍ର ହେବ l
ଆସନ୍ତୁ ଜାଣିବା ତୃଣମୂଳ କଂଗ୍ରେସ(ଟିଏମ୍ସି) କଣ କହୁଛି
ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ(ଟିଏମ୍ସି) ତା’ର ନୂଆ ସ୍ଲୋଗାନ୍ ‘ବାଂଲା ନିଜେର୍ ମାଏକେଇ ଚାଏ’ ଜାରି କରିଛି। ଯାହାର ଅର୍ଥ ହେଉଛି, ‘ପଶ୍ଚିମବଙ୍ଗକୁ ତା’ର ନିଜର ଝିଅ ଦରକାର’। ଟିଏମ୍ସିର ମୁଖିଆ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୃଷ୍ଟିରେ ରଖାଯାଇ ଏହି ସ୍ଲୋଗାନ୍ ଜାରି କରାଯାଇଛି। କୋଲକାତାରେ ଲାଗିଥିବା ଟିଏମ୍ସିର ଦଳୀୟ ହୋର୍ଡିଂରେ ମମତାଙ୍କ ଫଟୋ ସହ ଏହି ସ୍ଲୋଗାନ୍ ଲଗାଯାଇଛି।
ଟିଏମ୍ସିର ମହାସଚିବ ପାର୍ଥ ଚାଟର୍ଜୀ କହିଛନ୍ତି, ‘ରାଜ୍ୟବାସୀ ତାଙ୍କ ନିଜ ଝିଅକୁ କ୍ଷମତାରେ ଦେଖିବାକୁ ଚାହାନ୍ତି, ଯିଏକି ବେଶ୍ କିଛି ବର୍ଷ ହେବ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ସହ ରହି ଆସିଛନ୍ତି। ଆମେ କୌଣସି ବାହାର ଲୋକଙ୍କୁ ଚାହୁଁନା।’
ବିଜେପିକୁ ନିଜର ତୀବ୍ର ପ୍ରତିଦ୍ବନ୍ଦ୍ବୀ ବୋଲି ଭାବୁଥିବା ଟିଏମ୍ସି ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ତା’ର ପ୍ରସ୍ତୁତି ଆରମ୍ଭ କରିଛି। ବିରୋଧୀ ଦଳ ନେତାମାନଙ୍କୁ ବାହାର ଲୋକ ବୋଲି ସମ୍ବୋଧନ କରିବା ସହ ସେମାନେ ରାଜ୍ୟକୁ ‘ନିର୍ବାଚନୀ ପର୍ଯ୍ୟଟନ’ରେ ଆସିଛନ୍ତି ବୋଲି କହିଥିବା ଜାଣିବାକୁ ମିଳିଛି।
ଆସନ୍ତୁ ଜାଣିବା ଭାରତୀୟ ଜନତା ପାର୍ଟି କଣ କହୁଛି
ଭାରତୀୟ ଜନତା ପାର୍ଟି(ବିଜେପି)ର ଏକ ଦଳୀୟ ରାଲିକୁ ସମ୍ବୋଧନ କରି ମୋଦୀ ଏପରି କହିଛନ୍ତି। ‘ମୋଦୀ, ମୋଦୀ’ ସ୍ଲୋଗାନ୍ରେ ଆରମ୍ଭ ହୋଇଥିବା ଏହି ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ପରୋକ୍ଷରେ ଏଥର ତାଙ୍କ ଦଳ ଶାସନ କ୍ଷମତାକୁ ଆସିବ ବୋଲି ଇଙ୍ଗିତ ଦେଇଛନ୍ତି।
ଲୋକମାନଙ୍କ ମଧ୍ୟରେ ଥିବା ଶକ୍ତି ଓ ଉତ୍ସାହ ପଶ୍ଚିମବଙ୍ଗରୁ ଦିଲ୍ଳୀ ପର୍ଯ୍ୟନ୍ତ ଏକ ବାର୍ତ୍ତା ପଠାଉଛି ବୋଲି ମୋଦୀ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ ତାରକେଶ୍ୱର କ୍ଷେତ୍ରର ବାବା ତାରକ ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଭାଷଣ ଆରମ୍ଭ କରିଥିଲେ।