କୋଇଲି ନିଜର ସୁମଧୁର ସ୍ୱର ପାଇଁ ସବୁଠି ପରିଚିତ ଓ ପ୍ରିୟ , ଯେତେବେଳେ ଆମେ କୋଇଲି ର କୁହୁ -କୁହୁ ଶବ୍ଦ ଶୁଣି ଥାଉ ସେତେବେଳେ ଚାରିଆଡେ ଆକ୍ଷି ବୁଲାଇ ଖୋଜି ଥାଉ l କିନ୍ତୁ କୋଇଲି ନିକଟରେ ଏଭଳି କିଛି ଗୁଣ ରହିଛି ଯାହା ଆମେ ନିଜ ଜୀବନ ରେ ଲଗାଇ ପରିବା l କୋଇଲି ଚୋବାଇଲେ ବର୍ଷାର ଆଗମନ ହୋଇଥାଏ l
– ମଧୁରତା – ଯେପରି କୋଇଲି ର ସ୍ୱର ମଧୁର ଏବଂ ତାର ଶବ୍ଦ ଶୁଣିବା କ୍ଷଣି ଆମେ ତାକୁ ଖୋଜି ଥାଉ ସେହିଭଳି ଆମେ ମଧ୍ୟ ନିଜ ଶବ୍ଦ ରେ ସେହିଭଳି ମଧୁରତା ରଖିବା ଜରୁରୀ , ଯାହାଦ୍ୱାରା ଆମେ ଅନ୍ୟର ପ୍ରିୟ ଭଜନ ହୋଇପାରିବା l
– ଧର୍ଯ୍ୟ – କୋଇଲି ସବୁ ବେଳେ ଉପଯୁକ୍ତ ସମୟ କୁ ଅପେକ୍ଷା କରିଥାଏ ସୁମଧୁର ସ୍ୱର ବାହାର କରିବା ପାଇଁ , ସେହିଭଳି ଆପଣ ମଧ୍ୟ ଧର୍ଯ୍ୟ ର ସହିତ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଜରୁରୀ ଅଟେ l
– ଅନୁକୂଳସୀଲନ – କୋଇଲି ସବୁବେଳେ ଅନ୍ୟ ପକ୍ଷୀ ଯେପରିକି କାଉ ବସାରେ ଅଣ୍ଡା ଦେଇଥାଏ, ତେଣୁ ଆମେ ମଧ୍ୟ ପରିସ୍ଥିତି ଅନୁକୂଳ ହେବାକୁ ଅପେକ୍ଷା କରିବା ଜରୁରୀ l
– ଆତ୍ମବିଶ୍ୱାସ – କୋଇଲି ଖୁବ ନିର୍ଭୟ ଅଟେ, ଏବଂ ସେ ନିର୍ଭୟ ର ସହିତ ଏକାକୀ ବିଚରଣ କରିବାକୁ ପସନ୍ଦ କରେ l ମଣିଷ ମଧ୍ୟ ସେହିଭଳି ନିଜ ଆତ୍ମବିଶ୍ୱାସ କୁ ସୁଦୃଢ଼ କରିବା ଜରୁରୀ l
– ସରଳତା – କୋଇଲି ର ସୌନ୍ଦର୍ଯ୍ୟ ତାର ସରଳତା ଅଟେ, ଯାହାକି ତାକୁ ଖୁସି ଦେଇଥାଏ l ତେଣୁ ଆମେ ସରଳ ରହିବା ହିଁ ଆବଶ୍ୟକ l କୋଇଲି ଯେପରି ଦରକାର ନହେଲେ ବୋବାଏ ନାହିଁ l