Odisha news

କିଙ୍ଗ କୋହଲି ଛୁଇଁଲେ ଶାମିଙ୍କ ମାଙ୍କ ପାଦ : ଭାରତୀୟ ସଂସ୍କାର ମଧ୍ୟ ଦେଖିବାକୁ ମିଳିଥିଲା ବିଦେଶ ମାଟିରେ

ଯାହାକୁ ନେଇ ଏବେ ସବୁଠି ଚର୍ଚା , ସମସ୍ତଙ୍କ ମୁଖରେ କୋହଲି ଙ୍କ ପ୍ରଶଂସା

0

ରବିବାର ଦିନ ICC ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରବିବାର ମାର୍ଚ୍ଚ ୯ ତାରିଖରେ ଭାରତର ଐତିହାସିକ ବିଜୟ ପରେ ଷ୍ଟାର ଖେଳାଳୀ କିଙ୍ଗ କୋହଲି ଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି l ନିୟୁଜିଲ୍ୟାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ଭାରତ କୁ ଦେଇଥିଲା ୨୫୨ ରନ ର ଲକ୍ଷ, ଏବଂ ହିଟ ମ୍ୟାନ ରୋହିତ ଶର୍ମା ଙ୍କ ଧୂଆଁଧାର ବ୍ୟାଟିଂ ରେ ଭାରତ ୪ ଉଇକେଟ ରେ ବିଜୟ ଲାଭ କରିଥିଲା l ଏହି ଗୌରଵାନ୍ଵିତ ସମୟରେ ଅନେକ ମୁହୂର୍ତ ଏଭଳି ରହିଥିଲା ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି l ସେହି ମୁହୂର୍ତ ମଧ୍ୟରୁ ଗୋଟିଏ ସମୟ ଥିଲା କିଙ୍ଗ କୋହଲି ମହମ୍ମଦ ଶାମୀ ଙ୍କ ମା ଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେବା l

ଚମ୍ପିଆନ୍ସ ଟ୍ରଫି ରେ ବିଜୟ ଲାଭ କରିବା ପରେ ସମସ୍ତ ଖେଳାଳୀ ଉତ୍ସାହିତ ହୋଇ ବିଜୟ ଉଲ୍ଲାସ ପାଳନ କରୁଥିଲେ, ମହମ୍ମଦ ଶାମି ଙ୍କ ମା ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ନିଜ ପୁଅର ଖେଳ ଦେଖିବାକୁ , ଏହି ସମୟ ରେ ଶାମି ନିଜ ମାଙ୍କ ସହିତ କୋହଲି ଙ୍କ ସାକ୍ଷାତ କରାଇଥିଲେ, ଶାମି ଙ୍କ ମାଙ୍କୁ ଦେଖିବା କ୍ଷଣି ସମ୍ମାନ ର ସହିତ କିଙ୍ଗ କୋହଲି ମୁଣ୍ଡ ନୁଆଁଇ ପାଦ ସ୍ପର୍ଶ କରିଥିଲେ, ଏବଂ ସେଠାରେ ଉପସ୍ଥିତ ରହି ଦୀର୍ଘ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ l ଶାମି ଙ୍କ ମାଙ୍କ ସହିତ କୋହଲି ଫଟୋ ମଧ୍ୟ ଉଠାଇ ଥିଲେ l ଏହାଛଡା ତାଙ୍କ ପରିବାର ର ଅନ୍ୟ ସଦସ୍ୟ ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ l ICC ଟୁର୍ନାମେଣ୍ଟ ରେ ଶାମି ଙ୍କ ଯୋଗଦାନ ଖୁବ ବଢିଆ ରହିଥିଲା l

ବିରାଟ ଙ୍କ ଏଭଳି ସମ୍ମାନ ସହିତ ଭାରତ ର ବିଜୟ ଯେଉଁଠି ବିଶ୍ୱରେ ଚର୍ଚା ସାଉଁଟିଛି ସେଇଠି ପାକିସ୍ତାନ ଖେଳାଳି ଙ୍କୁ ଏହା ହଜମ ହୋଇନାହିଁ, ପାକିସ୍ତାନ ର ପୁରୁଣା ପ୍ରକୃତି ଭାରତର ଗୋଡ଼ ଟାଣିବା, ଏହାପରେ ପାକିସ୍ତାନ ମିଡିଆରେ ସମାଲୋଚନା ଚାଲିଲା ଭାରତୀୟ ଖେଳାଳି ଙ୍କୁ ନେଇ, କେଉଁଠି ଶାମି ଙ୍କ ରୋଜା ରଖିବାକୁ ନେଇ ପ୍ରଶ୍ନ ତ ଆଉ କେଉଁଠି ପିଚ କୁ ଆଲୋଚନା l ଯେମିତି ଘୁଷୁରୀ ପ୍ରକୃତି ପଙ୍କରେ ଲୋଟିବା ସେହିଭଳି ପାକିସ୍ତାନ ଭାରତକୁ ନେଇ ଇର୍ଷା କରିବା ଗୋଟିଏ ଖୁବ ପୁରୁଣା କଥା ହୋଇ ଗଲାଣି ;l ସାବାସ ଟିମ୍ ଇଣ୍ଡିଆ l

Leave A Reply